ମେକ୍ ଇନ୍ , ଓଡ଼ିଶା ଯୁବକଙ୍କୁ ମିଳିବ ନିଯୁକ୍ତି

0
58

ଭୁବନେଶ୍ୱର (ଓବି ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨୨ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏଥିରେ ରହିଛି ୧୦ଟି ନୂତନ ପ୍ରକଳ୍ପ ଓ ୧୨ଟି ହେବାକୁ ଥିବା ପ୍ରକଳ୍ପ । ମେକ୍ ଇନ୍ ଓଡ଼ିଶାକୁ ବାସ୍ତବ ରୂପ ଦେବା ଅବସରରେ ମୁଖ୍ୟମନ୍ତ୍ରୀଙ୍କର ଆରମ୍ଭ ହୋଇଥିବା ଅଭିଯାନର ଇଏ ଥିଲା ଅଂଶବିଶେଷ । ୪୪୬୧ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ପ୍ରକଳ୍ପରେ ୯୪୫୧ ନିଯୁକ୍ତି ସୁଯୋଗ ମିଳିବ । ଆଗକୁ ଓଡ଼ିଶା ଦେଶର ସର୍ବଶ୍ରେଷ୍ଠ ଅର୍ଥ ବିନିଯୋଗ ରାଜ୍ୟ ରୂପେ ପରିଗଣିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ ।
ଏହି ଅବସରରେ ପୁସ୍ତକ କଫି ଟେବୁଲ୍ ମେକ୍ ଇନ୍ ଓଡ଼ିଶା- ୨୦୧୮କୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ। ଏହି ଅବସରରେ ଶିଳ୍ପମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଉନ୍ନୟନ କମିଶନର ଅଶିତ ତ୍ରିପାଠୀ, ଇଡକୋ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ସିଂ, ଶିଳ୍ପ ସଚିବ ସଞ୍ଜବ ଚୋପ୍ରା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here