ଇନଚାର୍ଜ ଡ଼ିଜିପି ହେଲେ ବି.କେ ଶର୍ମା

0
65

ଭୁବନେଶ୍ୱର (ଓବି ନ୍ୟୁଜ): ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ମିଳିବା ପରେ ଭାରାପ୍ରାପ୍ତ ଡ଼ିଜିପି କିଏ ହେବ ତାକୁ ନେଇ ଚାଲିଥିଲା କଳ୍ପନା ଜଳ୍ପନା । ଆଜି ସେଥିରେ ପୂର୍ଣ୍ଣଛେଦ ପକାଇ ରାଜ୍ୟ ସରକାର ଅଗ୍ନିଶମ ବିଭାଗର ଡ଼ିଜି ବିଜୟ କୁମାର ଶର୍ମାଙ୍କୁ ଏହି ପଦବିରେ ବସାଇଛନ୍ତି ।
ଭୁବନେଶ୍ୱର କମିଶନରେଟ୍ ପୁଲିସର କମିଶନର ରୂପେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ବି.କେ ଶର୍ମାଙ୍କର ନାମକୁ ନେଇ ବେଶ୍ ଚର୍ଚ୍ଚା ଚାଲିଥିଲା । ତେବେ ନୂତନ ନୀୟମ ପ୍ରକାରେ ରାଜ୍ୟ ସରକାର କିଛି ବରିଷ୍ଠ ପୁଲିସ ଅଧିକାରୀଙ୍କ ନାମକୁ ୟୁପିଏସସିକୁ ସୁପାରିଶ କରିବେ ଏବଂ ସେଠାରୁ ଆସିବାକୁ ଥିବା ତିନୋଟି ନାମ ମଧ୍ୟରୁ ଜଣଙ୍କ ନାମକୁ ଚୂଡ଼ାନ୍ତ କରିବେ ରାଜ୍ୟ ସରକାର । ତଥାପି ସମସ୍ତେ ଆଶା ରଖିଛନ୍ତି ଦକ୍ଷ ପୁଲିସ ପ୍ରଶାସନ ରୂପେ ନିଜର ପାରଦର୍ଶିତା ପ୍ରତପାଦନ କରିଥିବା ଶ୍ରୀ ବି.କେ ଶର୍ମାଙ୍କୁ ଆଗକୁ ପୁଲିସ ଡ଼ିଜିପି ପଦବି ମିଳିପାରେ ବୋଲି ।

LEAVE A REPLY

Please enter your comment!
Please enter your name here