ଗଜପତି: ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି

0
58

କାଶୀନଗର (ଓବି ନ୍ୟୁଜ)(କୃଷ୍ଣ କୁମାର ବେହେରା): ଲଗାତାର ୩ଦିନ ହେଲା ଲଘୁଚାପ ବର୍ଷା ହୋଇ ଆଜି ପର୍ଯ୍ୟନ୍ତ ବର୍ଷା ଢାଳି ଚାଲିଛି । ଫଳରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଣି ଅଟକି ରହିଥିବାରୁ ଯିବା ଆସିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଗଜପତି ଜିଲ୍ଲା କାଶୀନଗର-ପାରଳାଖେମୁଣ୍ଡି ହାଡ଼ଭାଙ୍ଗି ଏମିତି ବହୁ ସ୍ଥାନରେ ପାଣି ନିଷ୍କାସିତ ହୋଇପାରିନଥିବାରୁ ଯାନବାହାନ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛି ।
ପ୍ରବଳ ବର୍ଷା ଯୋଗୁଁ ବଂଶଧାରା ନଦୀରେ ପାଣି ବଢିବାର ଲାଗିଛି ଫଳରେ କାଶୀନଗର ଘର ଗୁଡ଼ିକରେ ପାଣି ପଶିବାରୁ ଲୋକେ ଆତଙ୍କିତ ହୋଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ବର୍ଷା ହେବାରୁ ଚାଷୀ ମନରେ ଆଶ୍ୱସ୍ତ ଅନୁଭବ କରିଛନ୍ତି ।
ବର୍ତମାନ ସୃଷ୍ଟି ହୋଇଥିବା ଲଘୁପାତ ଅବପାତରେ ପରିଣତ ହୋଇ ପଶ୍ଚିମବଙ୍ଗ ମୁହାଁ ହେଉଛି ତାର ପ୍ରଭାବରେ ଆଉ ଗୋଟିଏ ଦିନ ବର୍ଷିବ । ତେବେ ତାହାର ପ୍ରକୋପ ତୀବ୍ର ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here