ଘାଇ ସଫେଇ ପାଇଁ ଅଣ୍ଟା ଭିଡିଲେ ଗ୍ରାମବାସୀ

    0
    97

    ଗଞ୍ଜାମ (ଓବି ନ୍ୟୁଜ୍)(ଉମାକାନ୍ତ ବେହେରା) ; ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତ ର ଝାଡ଼କୁଦା ଗ୍ରାମ ରେ ରହିଥିବା ଚେଟକଣା ଘାଇ କୁ ବୁଧବାର ସକାଳେ ଗ୍ରାମର ୨୫ ରୁ ଉଦ୍ଧ୍ୱର୍ ମହିଳା ଓ ପୁରୁଷ ଗ୍ରାମବାସୀ ଏକତ୍ରିତ ହୋଇ ସଫେଇ କରିଥିବା ଜଣା ପଡ଼ିଛି । ଉକ୍ତ ଘାଇରେ ଦଳ ଭରୀ ରହିଥିବା ଯୋଗୁଁ ଗ୍ରାମବାସୀ ଙ୍କୁ ସେଠାରେ ସ୍ନାନ ଶୌଚ ନିମନ୍ତେ ଅସୁବିଧାର ସ୍ନମୁଖୀନ ହେବାକୁ ପଡୁଥିଲା । ଗ୍ରାମରେ ୮ ଶହ ରୁ ଉଦ୍ଧ୍ୱର୍ ଜନ ସଂଖ୍ୟା ବସ ବାସ କରୁଥିବା ବେଳେ ଅଧିକାଂଶ ଲୋକ ଉକ୍ତ ଘାଇ ଉପରେ ଗାଧୋଇବା ନିମନ୍ତେ ନିର୍ଭର କରନ୍ତି । କେ.ଚନ୍ଦ୍ରଶେଖର ରେଡି,ଇ.ମୁକୁନ୍ଦ ରେଡି,କେ.ବିଜୟ ରେଡି,କେ.ଉମାଶଙ୍କର ରେଡି,ଶୀବ ରାମ ରେଡି,ଇ.କିରଣ କୁମାର ରେଡି,ଜେ. ଚେଲକାମା ରେଡି,ଏସ.ଅଙ୍କାମା ରେଡି,ଏ.ଭାନୁମତି ରେଡି ପ୍ରମୁଖ ଙ୍କ ସମେତ ୨୫ ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଉକ୍ତ ସଫେଇ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ।

    LEAVE A REPLY

    Please enter your comment!
    Please enter your name here