ପାଣି ଘେରରେ ଜୁନାଗଡ

    0
    66


    ଜୁନାଗଡ଼ (ଓବି ନ୍ୟୁଜ୍) (ବିମଳ ଚନ୍ଦ୍ର ଶତପଥୀ) ; ହାତୀ ନଦୀ ରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତଳି ଅଂଚଳର କେତେକ ଘରେ ପାଣି ପଶି କ୍ଷତ ବିକ୍ଷତ କରିଦେଇଛି । ତାଳଵନଧ ପଡାର କେତେକ ସ୍ଥାନରେ ବନ୍ୟା ଜଳ ପଶିଯାଇଛି । ଫତେନଗର ପଡାରେ ପାଣି ଘର ଭିତରେ ପଶିଯାଇଛି । ଲୋକଙ୍କ ଅବସ୍ଥା ଗୁରୁତର। ପାଣି ନିଷ୍କାସନ ର ସୁବିଧା ନାହିଁ ନାଳ ମାନେ ଅକାମୀ । ପଡା ଭିତର ଚିତ୍ର ଅତି ଦୁଃଖ ଦାୟକ ଘର ଭିତରୁ ପାଣି ମଟର ଦୁଆରା ନିଷ୍କାସନ କରାଯାଉଛି । ଚୁଲି ଜଳୁନାହିଁ। ବର୍ଷା ତୁହାକୁ ତୁହା ହେଉଛି । ଜନସାଧାରଣଙ୍କ ଇଛା ଜିଲ୍ଲାପାଳ ଟିକିଏ ଫତେନଗର ପଡାର ଅବସ୍ଥା ପ୍ରତି ଦୃଷ୍ଟି ଦିଅନ୍ତୁ । ବର୍ଷା ହେଲେ ଫତେନଗର ପଡାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଏହାର ସମାଧାନ କିପରି ହେବ ଜନସାଧାରଣ ଚାହିଁ ରହିଛନ୍ତି ।

    LEAVE A REPLY

    Please enter your comment!
    Please enter your name here