ମହାବିଦ୍ୟାଳୟ ପାଳନ କଲା ସ୍ୱନ୍ନ୍ନ କ୍ଷେତ୍ର ଦିବସ

    0
    40


    ଗଞ୍ଜାମ (ଓବି ନ୍ୟୁଜ)(ଉମାକାନ୍ତ ବେହେରା) ; ଗଞ୍ଜାମ ମହାବିଦ୍ୟାଳୟ ର ୫୧ ତମ ସ୍ଵନକ୍ଷେତ୍ର ଦିବସ ବୁଧବାର ପାଳିତ ହୋଇଯାଇଛି । କଲେଜ ଅଧକ୍ଷ ରଙ୍ଗନାଥ କାନୁନଗୋ ଉକ୍ତ କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରିବା ସହ କଲେଜ କୁ ୫୦ ବର୍ଷ ବିତିଯାଇଥିଲେ ମଧ୍ୟ କଲେଜ ପଟା ନଥିବା,ଶ୍ରେଣୀ ଗୃହ ର ଅଭାବ ,ଶ୍ରେଣୀ ଗୃହ ଗୁଡିକ ବହୁ ପୁରୁଣା ଯୋଗୁଁ ସେଥି ମଧ୍ୟରେ ପାଠପଢ଼ାଇବା ର ସମସ୍ୱା ସୃଷ୍ଟି ହେଉଥିବା ବେଳେ ବର୍ଷା ଦିନ ରେ କଲେଜ କ୍ୟାମ୍ପସ ବର୍ଷା ଜଳ ଜମି ରହିବା ଫଳରେ ଶେଣୀଗୃହ ମାନଙ୍କୁ ଯିବାଆସିବା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଥିବା ତାଙ୍କ ବକ୍ତବ୍ୟରେ କହିଥିଲେ । ନାକ୍ ପାଇଁ ପଟା ଦରକାର ହେଉଥିବାରୁ କଲେଜ ଉନ୍ନତି କରଣପାଇଁ ବାଧା ସୃଷ୍ଟି ହେଉଥିବା କହିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ ଐତିହାସିକ ଗଞ୍ଜାମ ସହରରେ ରହିଥିବା ଗଞ୍ଜାମ ମହାବିଦ୍ୟାଳୟ ରେ ଯେପରି ବିକାଶ ହେବା କଥା ତାହା ହୋଇପାରି ନାହିଁ । ସେ ଏହି ଶିକ୍ଷାନୁଷ୍ଠାନର ଉନ୍ନତି କରଣ ନିମନ୍ତେ ନିଶ୍ଚିତ ପ୍ରାୟଶ କରିବେ ବୋଲି ମତ ବ୍ୟକ୍ତ କରିବା କରିଥିଲେ । ନିର୍ବାଚନ ସମୟରେ ଛାତ୍ରମାନେ ହିଂସାତ୍ମକ ଭାବନା ପରିହାର କରି ବିଦ୍ୟାର୍ଥୀ ଓ ଶିକ୍ଷାଅନୁଷ୍ଠାନ ର ବିକାଶ ନିମନ୍ତେ ଯତ୍ନ ବାନ ହେବାକୁ ପରାମର୍ଶ ଦେଇଥିଲେ । ପ୍ରତିକୂଳ ପରିସ୍ଥିତି ରେ ଅଧ୍ୟୟନ କରି ଭବିଷ୍ୟତ ରେ ନିଜକୁ ଜଣେ ଭଲ ମଣିଷ ଭାବେ ଗଢି ତୋଳିବାକୁ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ବାନ ଦେଇଥିଲେ । ସେହିପର ମୁଖ୍ୟବକ୍ତା ଭାବେ ଦକ୍ଷିଣ ଓଡ଼ିଶାର ଆଞ୍ଚଳିକ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ତ୍ରିପାଠୀ ଯୋଗ ଦେଇ ଛାତ୍ରଛାତ୍ରୀ ମାନେ ଯତ୍ନବାନ ହୋଇ ଅଧ୍ୟାପକ ମାନଙ୍କ ସହ ସମନ୍ୱୟ ରକ୍ଷାକରି ସମସ୍ତ ପିରିୟଡ଼ ରେ ଉପସ୍ଥିତ ରହି ବିଦ୍ୟା ଅଧ୍ୟୟନ କରିପରିଲେ ନିଶ୍ଚିତ ଭାବେ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା କ୍ଷେତ୍ରରେ ଉନ୍ନତି ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଗଞ୍ଜାମ କଲେଜରେ ପୂର୍ବରୁ ଅଧକ୍ଷ ମାନେ ବିକାଶ ନେଇ ପଦକ୍ଷେପ ନେଉଥିବା ବେଳେ କିଛି କର୍ମଚାରୀ ତାକୁ ବିରୋଧ କରୁଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିବା କହିବା ସହ ଆଜି ଏହି ଶିକ୍ଷାଅନୁଷ୍ଟାନ ର ବିକାଶ ରେ କ୍ଷେତ୍ରରେ ତାହା ଅନ୍ତରାୟ ସୃଷ୍ଟି ହୋଇଥିବା ତାଙ୍କ ବକ୍ତବ୍ୟରେ କହିଥିଲେ। ଯୁକ୍ତ ୨ ବିଭାଗରେ ୮୫୦ ଓ ଯୁକ୍ତ୩ ବିଭାଗ ରେ ୬୪୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ସମସ୍ତ ଅଞ୍ଚଳ ବାସୀ ଓ ଛାତ୍ରଛାତ୍ରୀ ଏହି ଶିକ୍ଷାନୁଷ୍ଠାନ ର ବିକାଶ ନିମନ୍ତେ ରାଜନୀତି ରୁ ଉର୍ଦ୍ଧରେ ରହି କାର୍ଯ୍ୟ କରିବାକୁ ମତପ୍ରକାଶ ପାଇଥିଲା । ଶେଷରେ ଅଧ୍ୟାପକ ଲଷ୍ମୀ ନାରାୟଣ ପଣ୍ଡା ଧନ୍ୟବାଦ ଦେଇଥିବା ବେଳେ ଅମର ପ୍ରସାଦ ବିଶୋଇ,ରୋହିତ କୁମାର ସାହୁ,ପୁରୁଷୋତ୍ତମ ସାହୁ, ଦୁର୍ଗା ପ୍ରସାଦ ଦାଶ ପ୍ରମୁଖ ଅଧ୍ୟାପକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଉକ୍ତ ପ୍ରତିଷ୍ଠା ଉତ୍ସାବରେ ବହୁସଂଖ୍ୟାରେ ଛାତ୍ରଛାତ୍ରୀ, ଅଧ୍ୟାପକ,ଅଧ୍ୟାପିକା, ବୁଦ୍ଧିଜୀବୀ,ବରିଷ୍ଟ ନାଗରିକ,ପୁର୍ବତନ ଛାତ୍ର,ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

    LEAVE A REPLY

    Please enter your comment!
    Please enter your name here