ସୁଷମାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ

    0
    124


    ବ୍ରହ୍ମପୁର (ଓବି ନ୍ୟୁଜ) ; ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ କେନ୍ଦ୍ରୀୟ ବୈ÷ଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପରଲୋକ ଘଟିବା ପରେ ଦେଶବ୍ୟାପୀ ଶୋକର ଛାୟା ଖେଳିଯାଇଛି । ସୁଷମା ସ୍ୱରାଜ ସୁପ୍ରିମ କୋର୍ଟର ଦକ୍ଷ ଆଇନଯିବି ସହ ବିଚକ୍ଷଣ ରାଜନିତିଜ୍ଞ ଭାବେ ନିଜକୁ ପ୍ରତିପାଦିତ କରିପାରିଥିଲେ । ୧୯୫୨ ଫେବୃଆରୀ ୧୪ ରେ ଜନ୍ମଗ୍ରହଣ କରିଥିବା ସୁଷମା ସ୍ୱରାଜଙ୍କ ଜୀବନ ଦର୍ଶନରେ ଛାତ୍ର ଜୀବନରୁ ହିଁ ଦେଶଭକ୍ତି ଉଜ୍ଜିବିତ ରହିଥିଲା । ସେ ସ୍କୁଲ ଏନସିସି ରେ ସାମିଲ୍ ହୋଇଥିଲେ ଓ ଉଚ୍ଚ ଶିକ୍ଷା ସମୟରେ ଅକ୍ଷିଳ ଭାରତ ବିଦ୍ୟାର୍ଥୀ ପରିଷଦର ଜଣେ କ୍ରିୟ ସଦସ୍ୟ ଭାବେ କାମ କରିଥିଲେ । ଜରୁରିକାଳୀନ ସମୟରେ ସେ ଜୟ ପ୍ରକାଶ ନାରାୟଣଙ୍କ କ୍ରାନ୍ତି ଆନ୍ଦୋଳନରେ ସକ୍ରିୟ ଭାବରେ ନିଜକୁ ସାମିଲ୍ କରିବା ସହ ନିଜ ସକ୍ରିୟ ରାଜନିତିର ଆରମ୍ଭ କରିଥିଲେ ଓ ୧୯୭୭ ମସିହାରେ ହରିୟାନାର ଅମ୍ବାଲା ଛାବନି ବିଧାନ ସଭାରୁ ନିର୍ବାଚନ ଲଢିବା ସହ ନିର୍ବାଚନ ଜିତି ୨୫ ବର୍ଷ ବୟସରେ ରାଜ୍ୟର ଶ୍ରମ ମନ୍ତ୍ରୀ ପଦର ଅଧୀକାରିଣୀ ହୋଇପାରିଥିଲେ । ପରେ ନିଜ ରାଜନୈ÷ତିକ ସଫଳତାର ସିଡି ଚଢିବା ସହ ୧୯୯୬ ମସିହାରେ କେନ୍ଦ୍ର ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ୨୦୦୯ ରୁ ୨୦୧୪ ମଧ୍ୟରେ ବିପକ୍ଷ ଦଳର ନେତ୍ରୀ ଭାବେ ନିଜ କାର୍ଯ୍ୟ ଭୁମିକା ନିର୍ବାହ କରିଥିଲେ । ଏହା ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ୨୦୧୪ ମସିହାରେ ଲୋକସଭା ନିର୍ବାଚନ କ୍ଷେତ୍ରରୁ ବିଜୟ ହେବା ସହ ମୋଦୀ ସରକାରରେ ପ୍ରଥମ ବୈ÷ଦେଶିକ ମନ୍ତ୍ରୀ ହୋଇ ନିଜ କାର୍ଯ୍ୟ କାଳରେ ନିଜ ବିଚକ୍ଷଣ କାର୍ଯ୍ୟ ଶୈ÷ଳୀ ଦ୍ୱାରା ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଠି କରିପାରିଥିଲେ । ସେ ଭାରତର ରାଜଧାନୀ ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ । ବହୁ ସମ୍ମାନର ଅଧିକାରିଣୀ ହୋଇଥିବା ସୁଷମା ସର୍ବଖ୍ନେଷ୍ଠ ମହିଳା ସାଂସଦ ଭାବେମ୍ମ୍ାନୀତ ହୋଇଛନ୍ତି । ସେ ବିଶ୍ୱର ସବୁଠାରୁ ବଡ ରାଜନିତିକ ଦଳର ପ୍ରଥମ ମହିଳା ପ୍ରବକ୍ତା ହୋଇପାରିଥିଲେ । ସାରା ଭାରତ ବର୍ଷରେ ଆଜି ଶୋକର ଛାୟା ଖେଳିଯାଇଥିବା ବେଳେ ଆଜି ବ୍ରହ୍ମପୁର ଗାନ୍ଧୀନଗର ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି କାହ୍ନୁ ଚରଣ ପତିଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକର୍ତ୍ତା ମାନେ ଏହି ଶୋକ ସଭାରେ ସାମିଲ୍ ହେବା ସହ ଅମର ଆତ୍ନାର ସତଗତି କାମନା କରି ଦୁଇ ମିନିଟ୍ ନିରବ ପ୍ରାର୍ଥନା କରି ତାଙ୍କ ମହାନ ଜୀବନର ସ୍ମୃତି ଚାରଣ କରିଥିଲେ । ରାଜ୍ୟ ସଂପାଦକ ବିଭୂତି ଭୂଷଣ ଜେନା ସୁଷମା ସ୍ୱରାଜଙ୍କ ବ୍ୟକ୍ତିତ୍ୱ ସଫଳ ଜୀବନୀ ଉପରେ କାର୍ଯ୍ୟକର୍ତ୍ତାମାନଙ୍କୁ ଅବଗତ କରାଇବା ସହ ତାଙ୍କ ଭାବାବେଗ ସହ ଜଡିତ ଥିବା କାର୍ଯ୍ୟକର୍ତ୍ତାମାନଙ୍କୁ ମାର୍ଗଦର୍ଶନ କରାଇଥିଲେ । ଜିଲ୍ଲା ସଭାପତି ଶ୍ରୀ ପତି ଏଭଳି ଜଣେ ମହିୟସୀ ମହିଳା ତଥା ଭାରତୀୟ ଜନତା ପାର୍ଟିର ଜଣେ ଲୋକପ୍ରିୟ ନେତ୍ରୀଙ୍କ ବିୟୋଗରେ ବ୍ୟକ୍ତିଗତ ଭାବେ ସେ ମର୍ମାହାତ କହି ଆନ୍ତରିକ ଭାବ ପ୍ରକଟ କରିବା ସହର ତାଙ୍କ ନାଗପୁର ଠାରେ ତାଙ୍କ ପ୍ରତ୍ୟକ୍ଷ ସାନିଧ୍ୟ ପାଇଥିବା ପ୍ରକାଶ କରିଥିଲେ । ଆଜିର ଏହି ଶୋକ ସଭାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଭାତ ଷଡଙ୍ଗୀ,ସୁନୀଲ ସାହୁ,ମଦନ ମୋହନ ପାତ୍ର,ମଧୂସୂଦନ ସାହୁ,ସୂର୍ଯ୍ୟ ନାହାକ,ଗୌରୀ ମହାନ୍ତି,ଡି.କରୁଣାକର,ସୁମନ ଶତପଥୀ,ସୁବାସିନି ପଟ୍ଟନାୟକ,ସୁଜାତା ବିଷୋୟୀ,ନିତାରାଣୀ ପଣ୍ଡା,ଶରତ ସାହୁ,ପ୍ରବିର ପାତ୍ର,ଅମୁଲ୍ୟ ଚୈ÷ାଧୁରୀ,ରାଜେଶ ସାହୁ,ଶିବ ଅଧୀକାରୀ,ରାମହରି ଖଣ୍ଡୁଆଳ, ଏସ.ଶ୍ରିନିବାସ ରାଓ,ଏସ୍.ରାଣି,ମଧୁ ସାହୁ,ବିଜୟ ପଣ୍ଡା,କାଳି କୃଷ୍ଣ ସାମନ୍ତରା,ରବି ନାରାୟଣ ସାବତ,ଏସ୍.ରାଜାରାଓ,ନୀଳାଞ୍ଚଳ ପଣ୍ଡା,ଲକ୍ଷ୍ମୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

    LEAVE A REPLY

    Please enter your comment!
    Please enter your name here