ବିପଦ ସଙ୍କେତ ଉପରେ ବହୁଛି ନଦୀ ଜଳ

    0
    119


    ଗଜପତି (ଓବି ନ୍ୟୁଜ)(ଗଣେଷ କୁମାର ରାଜୁ) ; ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ କାଲିଠାରୁ ଲଗାଣ ବର୍ଷା ଳାଗିରହିବା ଫଳରେ କାଶୀନଗର ଠାରେ ବଂଶଧାରା ନଦୀର ଜଳସ୍ତର ବର୍ତ୍ତମାନ ବିପଦ ସଂକେତର ବହୁ ଉର୍ଦ୍ଧ୍ବରେ ପ୍ରବାହିତ ହେଉଛି । ଏଠାରେ ସତର୍କ ସଙ୍କେତ ୫୩-୬୦ ମିଟର ଥିବାବେଳେ ବିପଦ ସଙ୍କେତ ୫୪-୬୦ ମିଟର ରହିଛି ,ହେଲେ ବର୍ତ୍ତମାନ ନଦୀର ଜଳସ୍ତର ୫୬-୦୨ ମିଟରରେ ପ୍ରବାହିତ ହେଉଛି । ଏହି ବନ୍ୟା ଜଳକୁ ନିୟନ୍ତ୍ରଣ କରିବାପାଇଁ ,ବଂଶଧାରା ନଦୀର ତଳ ମୁଣ୍ଡରେ ଥିବା ଆନ୍ଧ୍ରର ହିର- ମଣ୍ଡଳମ୍ ସ୍ଥିତ ଗୋଟା ବ୍ୟାରେଜ୍ ର ଥିବା ସମସ୍ତ ୨୨ ଟି ଗେଟ କୂ ୨ ମିଟର ଉଚତାରେ ଖୋଲି ଦିଆଯାଇଛି । ସେହି ଗେଟ ଦେଇ ପ୍ରତି ସେକେଣ୍ଡ ରେ ୭୯ ହଜାର ୩୦୫ କ୍ୟୁସେକ୍ ଜଳ ଛଡା ଯାଉଛି ଅନ୍ୟ ପକ୍ଷରେ ଏହି ଲଗାଣ ବର୍ଷା ଯୋଗୁଁ ବଂଶଧାରା ନଦୀକୂଳିଆ କାଶୀନଗର ବ୍ଲକର ଅନେକ ଅଂଚଳ ସମ୍ପୂର୍ଣ ଭାବେ ଜଳମଗ୍ନ ହୋଇ ପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ବାଡିଗାଁ , ପାଲସିଙ୍ଗ , ବୁଦୁରା ପ୍ରଭୃତି ୪ ଟି ଗ୍ରାମର ୬୫୦ ପରିବାର ଲୋକଙ୍କୁ , ବାଡ଼ୀଗାଂ ଠାରେ ଜିଲ୍ଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ଖୋଲାଯାଇଥିବା ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳରେ ରଖା ଯାଇଛି । ଏଥିସହିତ ସେମାନଙ୍କୁ ଦୁଇ ବେଳା ରନ୍ଧା ଓ ଶୁଖିଲା ଖାଦ୍ୟ ସବୁ ଯୋଗାଇ ଦିଆଯାଉଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାର ଉଚିତ ମୁକାବିଲା କରି ଅଂଚଳ ବାସୀଙ୍କ ଧନ-ଜୀବନ ରକ୍ଷା କରିବା ପାଈଁ ତାଲିମପ୍ରାପ୍ତ ଅଗ୍ନିଶମ ଦଳ ବଂଶଧାରା ନଦୀକୁଳ ଅଂଚଳରେ ସମ୍ପୂର୍ଣ ଭାବେ ସଜାଗ ହୋଇ ରହିଛନ୍ତି । ଅନ୍ୟପକ୍ଷରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟି ଆଗରେ ରଖି ଉପ-ଜିଲ୍ଲାପାଳ ଓ ବିଡିଓ ପ୍ରମୁଖ କାଶୀନଗର ଠାରେ ରହି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି ।

    LEAVE A REPLY

    Please enter your comment!
    Please enter your name here