ଗଞ୍ଜାମ (ଓବି ନ୍ୟୁଜ)(ଉମାକାନ୍ତ ବେହେରା) ; ଗଞ୍ଜାମ ବିଜେପି ଓ ବ୍ଲକ ବିଜେପି ପକ୍ଷରୁ ଗଞ୍ଜାମ ସହର ଠାରେ ପୂର୍ବତନ ବୈଦେଶିକ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ର ବରିଷ୍ଟ ନାରୀ ନେତ୍ରୀ ସ୍ବର୍ଗତ ସୁଷମା ସ୍ୱରାଜ ଙ୍କ ନିମନ୍ତେ ଅଶ୍ରୁଳ ଶ୍ରଦ୍ଧାଅଞ୍ଜଳି ଜ୍ଞାପନ କରାଯାଇଛି । ବ୍ଳକ ଅଧକ୍ଷ ପ୍ରଶାନ୍ତ ନାୟକ ଙ୍କ ସଭାପତିତ୍ୱ ରେ ରେ ଆୟୋଜିତ ଶୋକ ସଭାରେ ସ୍ବର୍ଗତ ନାରୀନେତ୍ରୀଙ୍କ ଫୋଟ ଚିତ୍ର ସଂମୁଖ ରେ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୧ମିନେଟ ନିରବ ପ୍ରାଥନା କରାଯାଇଥିଲା । ବ୍ଲକ ଅଧ୍ୟକ୍ଷ ଶ୍ରୀ ନାୟକ ତାଙ୍କର ସୃତି ଚାରଣ କରିବା ଅବସରରେ ତାଙ୍କ ବିୟୋଗ ରେ ଭାରତୀୟ ରାଜନୈତିକ କ୍ଷେତ୍ରରେ ଅପୁରାଣୀୟ କ୍ଷତି ଘଟିଛି ବୋଲି କହିବା ସହ ଭାରତବର୍ଷ ଜଣେ ମହାନ ନରିନେତ୍ରୀ ଙ୍କୁ ହରାଇଥିବା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ପାର୍ଥି ପ୍ରସାନ୍ତ କୁମାର କର,ପୂର୍ବତନ କାଉନସିଲର ଡ଼ି.କେ. ରାଓ,ସନ୍ତୋଷ ପୁର ମଣ୍ଡଳ ସଭାପତି ଶ୍ରୀଧର ବାଡ଼ତ୍ୟା,ଗଞ୍ଜାମ ନଗର ମଣ୍ଡଳ ସଭାପତି କାନ୍ତାରୀ ଦଳାଇ,ସୁଦାମ ଜେନା,ମନୋଜ କୁମାର ପଣ୍ଡା,ଗଣେଶ ପ୍ରଧାନ,ସୀମାଞ୍ଚଳ ଗୌଡ଼,ନିରାକାର ସାହୁ, ସମୀର ବିଶ୍ୱାଳ,ସମୀର ସ୍ୱାଇଁ ପ୍ରମୁଖ ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।