ଜଳ ନିଷ୍କାସନ ପାଇଁ ଏନଏସିର ପ୍ରୟାସ ଆରମ୍ଭ

    0
    41


    ଗଞ୍ଜାମ (ଓବି ନ୍ୟୁଜ)(ଉମାକାନ୍ତ ବେହେରା) ; ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ସହର ର ବିଭିନ୍ନ ୱାର୍ଡ ରେ ବର୍ଷା ଜଳ ଜମି ରହିଥିବା ଯୋଗୁଁ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ର ସ୍ନମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା । ଗଞ୍ଜାମ ସହର ର ମୁଖ୍ୟ ନାଳ ରେ ଜଳ ନିଷ୍କାସିତ ଠିକ ଭାଭେ ହେଉ ନଥିବା ବେଳେ ଆଖଡା ବନ୍ଧ ସାହି ଓ ସାନ ବଜାର କୈବର୍ତ୍ତ ସାହି ରେ ମଧ୍ୟ ବର୍ଷା ଜଳ ଜମି ରହି ଅଞ୍ଚଳ ବାସୀ ଙ୍କ ମିମନ୍ତେ ସମସ୍ୟା ସୃଷ୍ଟି କରୁଥିଲା । ଯାହାକୁ ନେଇ ମଙ୍ଗଳ ବାର ଗଂଜାମ ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁନୀଲ କୁମାର ଟୁଡୁ,କନିଷ୍ଟ ଯନ୍ତ୍ରୀ ଓ କର୍ମଚାରୀ ମାନେ ବିଭିନ୍ନ ୱାର୍ଡ ପରିଦର୍ଶନ କରିବା ସହ ବୁଧବାର ଜଳ ନିଷ୍କାସନ ନିମନ୍ତେ ପଦକ୍ଷେପ ନେଇଥିଲେ । ପୋକଲୀନ ସାହାଯ୍ୟରେ ମୁଖ୍ୟନାଳ ରୁ ଅଳିଆ ଆବର୍ଜନା,ଗଛ ଲଟା କୁ ବିଭିନ୍ନ ସ୍ଥାନରେ ବାହାରକରାଯାଇଥିବା ବେଳେ ସଫେଇ କର୍ମଚାରୀ ମାନଙ୍କ ଦ୍ଵାରା ମଧ୍ୟ ବିଭିନ୍ନ ସ୍ଥାନରେ ଜଳ ନିଷ୍କାସନ କରିବା ନିମନ୍ତେ ପ୍ରୟାସ କରାଯାଇଥିଲା । ଏନ ଏ ସି କର୍ମଚାରୀ ଉତ୍ତମ ବେହେରା ଙ୍କ ତତ୍ୟବଧାନରେ ଏହି ସଫେଇ କାର୍ଯ୍ୟ କରାଯାଇଥିଲା ।

    LEAVE A REPLY

    Please enter your comment!
    Please enter your name here