ବର୍ଷାରେ ଶଙ୍ଖ ରାସ୍ତା ପାଲଟିଛି ମରଣାଯନ୍ତା

    0
    120


    ଜି.ଉଦୟଗିରି (ଓବି ନ୍ୟୁଜ) (ପ୍ରତାପ ଚନ୍ଦ୍ର ପାଢୀ) ; ଜି. ଉଦୟଗିରି ବନ୍ଧ ଛକ ଠାରୁ ଗ୍ରେଶୀଙ୍ଗିଆ ରାସ୍ତା ର ପ୍ରଶସ୍ତି କାରଣ ସହ ରାସ୍ତାରେ ଥିବା ଶଙ୍ଖ ଗୁଡ଼ିକୁ ନୂତନ ଭାବେ ତିଆରି କରିବାକୁ ଏକ ଠିକାଦାର ଙ୍କୁ କାର୍ଯ୍ୟାଦେଶ ଦେଇ ପୂର୍ତ୍ତ ବିଭାଗ ତଦାରଖ ନ କରି ଚୁପ୍ ଚାପ ବସି ରହିଥିବା ନଜିର କୁ ଆସିଛି । ସୂଚନା ଅନୁସାରେ ଜି.ଉଦୟଗିରି ବନ୍ଧ ଛକ ରୁ ଶ୍ରିରାମପଦା ଯିବା ରାସ୍ତାରେ ଥିବା ଶଙ୍ଖ ତିଆରି କରି ଠିକାଦାର ସଂସ୍ଥା ପାର୍ଶ୍ଵ ଗାର୍ଡ ୱାଲ୍ କରିବାକୁ ଭୁଲିଗଲା । ଗତ ରାତି ର ଜୋର୍ ବର୍ଷା ରେ ଶଙ୍ଖ ଉଭୟ ପାର୍ଶ୍ଵ ରେ ଥିବା ମାଟି ପାଣି ସୁଅରେ ଧୋଇ ହୋଇ ଯାଇଥିଲା। ଫଳରେ କିଛି ସମୟ ଧରି ଯାତ୍ରୀ ବାହି ବସ ଓ ମାଲ ଗାଡ଼ି ଯାତାୟତ ବନ୍ଦ ରହିଥିଲା । ଖବର ପାଇ ଠିକା ସଂସ୍ଥା ଉଭୟ ପାର୍ଶ୍ଵରେ ମାଟି ପେକ୍ କରିବାରୁ ଯାତାୟତ ଠିକ୍ ହୋଇପାରିଲା । ବର୍ଷାଦିନ ଆଗକୁଥିବା ଜାଣି ଗାର୍ଡ ୱାଲ୍ ନଥିବା ଶଙ୍ଖ ରେ ଯାତାୟତ କରିବାକୁ କିପରି ପୂର୍ତ୍ତ ବିଭାଗ ଅନୁମତି ଦେଲା ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଠି କରିଛି ।

    LEAVE A REPLY

    Please enter your comment!
    Please enter your name here