ଭୁଆଁଭୁଇଁ ଗ୍ରାମରେ ପାନୀୟ ଜଳ ସମସ୍ୟା

0
667

ଗଞ୍ଜାମ (ଓବି ନ୍ୟୁଜ) (ଉମାକାନ୍ତ ବେହେରା) ; ଗୋଟିଏ ପଟେ କରୋନା ର ଭୟାଭୟତା ଅନ୍ୟପଟେ ଗ୍ରୀଷ୍ମ ର ପ୍ରକୋପ ଜନ ଜୀବନ ବ୍ୟଥିତ କରି ପକାଇଥିବା ପରିଲକ୍ଷିତ ହୋଇଛି।ଏପରି ସ୍ଥଳେ ପାନୀୟ ଜଳସଙ୍କଟ ଜନ ମାନସକୁ କୁ ବିଚଳିତ କରିପକାଉଥିବା ଲକ୍ଷ କାରାଯାଏ।ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାଶି ପଞ୍ଚାୟତ ର ଭୁଆଁଭୁଇଁ ଗ୍ରାମରେ ଚାରିଦିନ ହେଲା ପାଇପରେ ପାନୀୟ ଜଳ ଠିକ ଭାବେ ଆସୁନଥିବା ଯୋଗୁଁ ପାନୀୟ ଜଳ ସଙ୍କଟ ଦେଖା ଯାଇଥିବା ଫଳରେ ଗ୍ରାମରେ ବସବାସ କରୁଥିବା ତିନି ହଜାର ଲୋକେ ନାହିଁ ନଥିବା ସମସ୍ୟା ସମ୍ମୁଖୀନ ହେଉଥିବା ଲକ୍ଷ କରାଯାଇଛି। ଯାହାକୁ ନେଇ ଗ୍ରାମବାସୀ ଙ୍କ ପକ୍ଷରୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କୁ ଅଭିଯୋଗ କରିଛନ୍ତି। ତତ ଆହିତ ଆର ଡବ୍ଲ୍ୟୁ ଏସ ଏସ ବିଭାଗୀୟ ଅଧିକାରୀ ଙ୍କୁ ମଧ୍ୟ ତୁରନ୍ତ ଉକ୍ତ ସମସ୍ୟାର ସମାଧାନ କରିବା ନିମନ୍ତେ ଦାବୀ କରିଛନ୍ତି।
ସମ୍ପ୍ରତି ଗଞ୍ଜାମ ଜିଲ୍ଲା କୋଭିଡ-19 କୁ ନେଇ ରେଡ଼ ଜୋନରେ ରହିଥିବାରୁ କବିରାଜ ବେହେରା,ବଂଶୀଧର ବେହେରା,କ୍ଷେତ୍ରବାସୀ ବେହେରା,ଅଭିମନ୍ୟୁ ବାରିକ,ଯୁବକସେନ ବେହେରା ପ୍ରମୁଖ ବେହେରା ପ୍ରମୁଖ ଗ୍ରାମବାସୀ ଇ ମେଇଲ ମାଧ୍ୟମରେ ଜିଲ୍ଲା ପ୍ରଶାସନ,ଭିଭାଗୀୟ ଅଧିକାରୀ ଙ୍କ ଗ୍ରାମରେ ପାନୀୟ ଜଳ ସମସ୍ୟା ହେଇ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଏନେଇ ଆର ଡବ୍ଲ୍ୟୁ ଏସ ଏସ ବିଭାଗୀୟ କନିଷ୍ଟ ଯନ୍ତ୍ରୀ ଶରତ ସାହୁ ଙ୍କ ସହ ଯୋଗାଯୋଗ କରିବା ରେ ସମ୍ପୁକ୍ତ ଗ୍ରାମର ପାନୀୟ ଜଳ ସଙ୍କଟ ସମାଧାନ ନେଇ ଆମେ ଯତ୍ନବାନ ଅଛୁ ।କରୋଣ୍ଟାଇନ ସେଣ୍ଟର ର ଜିଲ୍ଲା ପ୍ରଶାସନ ନିର୍ଦେଶ କ୍ରମେ କାର୍ଯ୍ୟ ଚାଲିଛି। ଭୁଆଁଭୂଇଁ ଗ୍ରାମରେ ବୋର ସମସ୍ୟା ଯୋଗୁଁ ପାନୀୟ ଜଳ ସମସ୍ୟା ହେଉଛି।ଚାରିଦିନ ମଧ୍ୟରେ ତାର ସମାଧାନ ହେବ ବୋଲି ଗଣ ମାଧ୍ୟମ କୁ ସୁଚାନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here