ଓଡିଶା ପାରମ୍ପାରିକ ମତ୍ସ୍ୟକର୍ମୀ ୟୁନିୟନ ଓ ପ୍ରଶାସନ ଦ୍ୱିପାକ୍ଷୀକ ବୈଠକ

    0
    151


    ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା): ମତ୍ସ୍ୟଜିବୀ ମାନଙ୍କ ବିଭିନ୍ନ ସମସ୍ୟା ର ସମାଧାନ ନିମନ୍ତେ ଓଡିଶା ପାରମ୍ପାରିକ ମତ୍ସ୍ୟକର୍ମୀ ୟୁନିୟନ ପକ୍ଷରୁ ୧୧ଦଫା ଦାବୀ ଦିଆଯାଇଥିଲ।। ଏନେଇ ଅଗଷ୍ଟ ୬ାତରିଖ ଦିନ ରାଜ୍ୟ ସଚ୍ଚିବାଳୟ ଠାରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ମୁଖ୍ୟ ଶାସନ ସଚିବ ସଚିବ ଗଗନ କୁମାର ବିଶ୍ୱାଳ ଙ୍କ ଅଧ୍ୟକ୍ଷତାରେ ଓଡିଶାର ପାରମ୍ପାରିକ ମତ୍ସ୍ୟକର୍ମୀ ୟୁନିୟନର କର୍ମକର୍ତ୍ତା ଏବଂ ପ୍ରସାଶନର ଦ୍ୱିପାକ୍ଷୀକ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସହକାରୀ ମତ୍ସ୍ୟ ନିର୍ଦ୍ଦେଶକ ସାମୁଦ୍ରିକ ଇଜିଂନେୟର ଜେଟ ନିର୍ମାଣ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ମତ୍ସ୍ୟ ବିଭାଗର ମୁଖ୍ୟ ଶାସନ ସଚିବ ଗଗନ କୁମାର ବିଶ୍ୱାଳ ଦାବୀ ଗୁଡିକ ଉପରେ ଆଲୋଚନା କରି କହିଥିଲେ ଯେ କଇଁଚ ସୁରକ୍ଷା ଆଳରେ କ୍ଷତିଗସ୍ତ ମତ୍ସ୍ୟଜିବୀଙ୍କୁ ୭ହଜାର ୫୦୦ଟଙ୍କା ବଦଳରେ ୧୦ହଜାର ଟଙ୍କା ମିଳିବ । ସଂଚୟ ଓ ସାହାର୍ଯ୍ୟ ଯୋଜନା୨୦୧୬-୧୭ ମସିହାର ବକେୟା ଥିବା ଅର୍ଥ ଅତିଶୀଗ୍ର ପୈଠ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତାସହିତ ଉକ୍ତ ଯୋଜନାରେ ମହିଳା ମାନଙ୍କୁ ମଧ୍ୟ ସାମିଲ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ସମସ୍ତ ମତ୍ସ୍ୟଜିବୀଙ୍କୁ ଲାଇଫ ଜାକେଟ୍ ପ୍ରଦାନ କରାଯିବ , ମାଛ ବ୍ୟବସାୟ କରୁଥିବା ମହିଳା ମାନଙ୍କ ନିମନ୍ତେ ଥିବା ହାଟ ଓ ମାଛ ବଜାର ର ଆଧୁନିକିକରଣ କରାଯିବ, ଗଂଜାମ ଜିଲ୍ଲାରେ ହୁମ୍ମା ହାଟ, ଅସ୍ତରଙ୍ଗ ଏବଂ ଅନ୍ୟାନ୍ୟ ମତ୍ସ୍ୟ ହାଟ ଗୁଡିକର ଉନ୍ନତୀ କରାଯିବ । ତାସହିତ୍ ଅନ୍ୟାନ୍ୟ ଦାବୀ ଗୁଡିକ ସଂକ୍ରାନ୍ତରେ ମଧ୍ୟ ଆଲୋଚନା କରାଯାଇଥିଲ।। ଏହି ଆଲୋଚନା ବୈଠକରେ ଓଡିଶା ପାରମ୍ପାରିକମତ୍ସ୍ୟକର୍ମୀ ୟୁନିୟନ ର ସଭାପତି ପ୍ରସନ୍ନ କୁମାର ବେହେରା, ସଧାରଣସଂପାଦକ କେ.ଏଲେୟା , ପୁରୀ ଜିଲ୍ଲାର ସଭାପତି ଏ.ଗଣେଷ ରାଓଙ୍କ ସମେତ ଛଅ ଜିଲ୍ଲାର ପ୍ରତିନିଧୀ ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଓଡିଶା ପାରାମ୍ପାରିକ ମତ୍ସ୍ୟକର୍ମୀ ୟୁନିୟନର ସାଧାରଣ ସଂପାଦକ ମତ୍ସ୍ୟଜିବୀ ମାନଙ୍କ ନିମନ୍ତେ ଅହରହ ଉଦ୍ୟମ କରିଆସୁଛନ୍ତି । ତାଙ୍କର ଉଦ୍ୟମ ବଳରେ ମତ୍ସ୍ୟଜିବୀ ମାନଙ୍କ ମଧ୍ୟ ପୂର୍ବରୁ କିଛି ଦାବୀ ହାସଲ ହୋଇଛି । ସେ ଜାତୀୟ ମତ୍ସ୍ୟକର୍ମୀ ୟୁନିୟନର ମଧ୍ୟ ଉପସଭାପତି ରହିଛନ୍ତି ।

    LEAVE A REPLY

    Please enter your comment!
    Please enter your name here