ମରଣ ମୁହଁରୁ ବଞ୍ଚିଗଲେ ଚାରି

    0
    175

    ପାତ୍ରପୁର (ଓବି ନ୍ୟୁଜ) ; ଦୁଇ ଦିନ ହେଲା ଗଞ୍ଜାମ ଜିଲ୍ଲାରେ ଲାଗିରହିଛି ବର୍ଷା । ଆଉ ତାର ପ୍ରଭାବରେ ବିଭିନ୍ନ ନଦୀ ଏବଂ ଜଳ ଭଣ୍ଡାରର ଜଳସ୍ତର ବଢିଯାଇଛି । ପାତ୍ରପୁର ଅନ୍ତର୍ଗତ ବାଘଲଟି ଜଳଭଣ୍ଡାରରେ ଆଜି ଅପରାହ୍ନରେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଚାରି ଜଣ । ଏଲୋଗୋଲ ଗ୍ରାମର ତିନି ଜଣ ତୁରୁବୁଡୁରେ କାମ ସାରି ଡଙ୍ଗା ଯୋଗେ ଗ୍ରାମକୁ ଫେରୁଥିଲେ । ବାଘଲଟି ଜଳ ଭଣ୍ଡାରରେ ଡଙ୍ଗା ଯୋଗେ ଫେରୁଥିବା ବେଳେ ଅସହ୍ୟ ପବନ ସହ ଜଳସ୍ତର ବଢି ଯାଇଥିବାରୁ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡିଯାଇଥିଲା । ଡଙ୍ଗାର ଚାଳକ ଶ୍ରିନିବାସ ସମେତ ଏଲୋଗୋଲ ଗ୍ରାମର ପ୍ରଫୁଲ୍ଲ,ଦଣ୍ଡପାଣି ଓ ମଞ୍ଜୁଳା ପାଣିକୁ ଖସି ପଡିଥିଲେ । ଏସବୁ ସମୟ ଭିତରେ ପାତ୍ରପୁର ତହସିଲଦାର କୌଣସି ସୁତ୍ରରୁ ଖବର ପାଇଲା ପରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପାତ୍ରପୁର ଅଗ୍ନିଶ୍ରମ ଅଧିକାରୀ ବାହିନୀ କୁ ପଠାଇଥିଲେ ଘଟଣାସ୍ଥଳକୁ । ଘଟଣାସ୍ଥଳରେ ଟିମ୍ ଯନ୍ତ୍ରଚାଳିତ ବୋଟ ଧରି ପହଞ୍ଚିବା ସହ ଜଳ ଭଣ୍ଡାର ଭିତରକୁ ଯାଇ ଚାରି ଜଣକୁ ଅକ୍ଷତ ଅନସ୍ଥାରେ ଉଦ୍ଧାର କରିଥିଲେ । ପ୍ରଶାସନ ଓ ଅଗ୍ନିଶ୍ରମ ବିଭାଗର ତତ୍ପରତା ଯୋଗୁଁ ଚାରି ଜଣ ମରଣ ମୁହଁରୁ ବର୍ତ୍ତିଯାଇଥିବାରୁ ସବୁ ମହଲରେ ଆନନ୍ଦ ପ୍ରକାଶ ପାଇଛି ।

    LEAVE A REPLY

    Please enter your comment!
    Please enter your name here