କର୍ମଚାରୀଙ୍କ ପାଇଁ ଖୁସି ଖବର, ଆଗାମୀ ୩ ମାସର ଇପିଏଫ ଭରିବ କେନ୍ଦ୍ର

0
558
The Minister of State for Commerce & Industry (Independent Charge), Smt. Nirmala Sitharaman addressing at the inauguration of the 2nd Edition of the Global Exhibition on Services-2016 (GES), at India Expo Centre & Mart, Greater Noida, Uttar Pradesh on April 20, 2016.

ଭୁବନେଶ୍ୱର (ଓବି ନ୍ୟୁଜ ବ୍ୟୁର) ; କର୍ମଚାରୀଙ୍କ ପାଇଁ ଏକ ଖୁସିଖବର । ଗତକାଲି ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜରେ କର୍ମଚାରୀମାନେ ଲାଭବାନ ପାଇପାରିବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ୧୫ହଜାରରୁ କମ୍ ଦରମା ପାଉଥିବା କର୍ମଚାରୀଙ୍କ ଇପିଏଫ ଭରିବେ କେନ୍ଦ୍ର ସରକାର । ଆଗାମୀ ୩ମାସ ଯଥା ଜୁନ, ଜୁଲାଇ, ଅଗଷ୍ଟ ମାସର ଇପିଏଫ ଭରିବେ କେନ୍ଦ୍ର ସରକାର । କମ୍ପାନୀ ପାଇଁ ୧୨% ଓ କର୍ମଚାରୀଙ୍କ ପାଇଁ ୧୨% ଇପିଏଫ ଦେୟ ସରକାର ଦେବେ । କ୍ଷୁଦ୍ର ସଂସ୍ଥାରେ ୩ଲକ୍ଷ ୬୭ହଜାର ଉପକୃତ ହେବେ । ଏଥିରୁ ୭୨ଲକ୍ଷ ୨୨ହଜାର ସ୍ୱଳ୍ପ ବେତନଭୋଗୀ କର୍ମଚାରୀ ଉପକୃତ ହୋଇପାରିବେ । ପୂର୍ବରୁ ମେ ମାସ ଯାଏଁ ଏହି ସୁବିଧା ଘୋଷଣା କରିଥିଲେ କେନ୍ଦ୍ର ସରକାର ।

LEAVE A REPLY

Please enter your comment!
Please enter your name here