ସରଧାବାଲି ବିପର୍ଯ୍ୟସ୍ତ

0
62


ବ୍ରହ୍ମପୁର (ଓବି ନ୍ୟୁଜ) ; ତିନିଧରି ଲାଗିରହିଥିବା ଲଗାଣ ବର୍ଷା ବନ୍ଦ ହୋଇଛି ହେଲେ ବ୍ରହ୍ମପୁର ସହରରେ ଛାଡିଦେଇଯାଇଛି ତାର ସ୍ୱାକ୍ଷର । ଲଗାଣ ବର୍ଷା ଯୋଗୁଁ ସହରର ଅନେକ ସ୍ଥାନ ବିଶେଷ କରି ତଳିଆ ଅଂଚଳ ଗୁଡିକରେ ରାସ୍ତା ଓ ନାଳ ଉପରେ ପାଣିସୁଅ ଛୁଟିବା ସହ ଘର ଭିତରେ ମଧ୍ୟ ପଶିଯାଇଥିଲା ପାଣି । ହେଲେ ସ୍ଥିତିରେ ଏବେ ଆସିଯାଇଛି ସୁଦ୍ଧାର । ହେଲେ ମହାନଗର ନିଗମ ଅନ୍ତର୍ଗତ ୭୪୦ ନଂ ୱାର୍ଡ ଶରଧାବାଲି ଅଂଚଳ ଲଗାଣ ବର୍ଷା ଯୋଗୁଁ ବିପର୍ଯ୍ୟସ୍ତ ହୋଇପଡିଛି । ରାସ୍ତା ଟି ପାଣି ଓ କାଦୁଅରେ ଭରପୁର ହୋଇପଡିଥିବାରୁ ଯାତ୍ାୟତ ଅସମ୍ଭବ ହୋଇ ପଡିଛି । ଏଣୁ ତୁରନ୍ତ ରାଜରାସ୍ତା ନିର୍ମାଣ କରିବା ପାଇଁ ଅଂଚଳ ବାସିନ୍ଦା ଦାବୀ କରିଛନ୍ତି । ଅନ୍ୟପଟେ ବିଭିନ୍ନ ରାସ୍ତା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିବା କଥା ବିଏମଏସି କର୍ତ୍ତୁପକ୍ଷ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here