ପୋଖରୀରେ ବୁଡ଼ି ବୃଦ୍ଧା ମୃତ

0
31

ଦିଗପହଣ୍ଡି (ଓବି ନ୍ୟୁଜ) (ଶିବ ପ୍ରସାଦ ରଥ) : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଜୈନଗଡ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଥିବା ଜଣାପଡିଛି । ଗୁରୁବାର ପୂର୍ବାହ୍ନରେ ଗ୍ରାମରେ ରହିଥିବା କୁଞ୍ଜବିହାରୀ ପୋଖରୀରେ ବୁଡି ଜଣେ ବିବାହିତ ମହିଳା ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତ ମହିଳା ହେଲେ ଜୈନଗଡ ଗ୍ରାମର କୁରା ଗୈାଡଙ୍କ ସହଧର୍ମିଣୀ ଶାରୀ ଗୈାଡ (୫୮) ବୋଲି ଜଣାପଡିଛି । ଖବରନୁଯାୟୀ , ଗୁରୁବାର ସକାଳ ୧୦ ଘଣ୍ଟା ସମୟରେ ମହିଳା ଜଣଙ୍କ ଗାଧୋଇବା ପାଇଁ ନିକଟସ୍ଥ କୁଞ୍ଜବିହାରୀ ପୋଖରୀକୁ ଯାଇ ଘରକୁ ଆଉ ଫେରି ନଥିଲେ । ମହିଳାଙ୍କ ଫେରିବା ବିଳମ୍ବ ହେବାନେଇ ପରିବାର ଲୋକେ ଖୋଜାଖୋଜି କରିଥିଲେ । ପରବର୍ତ୍ତୀ ସମୟରେ ଉକ୍ତ ପୋଖରୀକୁ ଗ୍ରାମର କିଛି ଲୋକ ଗାଧୋଇବାକୁ ଯିବା ସମୟରେ ପୋଖରୀରେ ମହିଳାଙ୍କ ଦୁଇଟି ଗୋଡ ବାହାରକୁ ବାହାରିଥିଲା । ଏଭଳି ଘଟଣା ଦେଖିବାପରେ ଗ୍ରାମବାସୀ ଦିଗପହଣ୍ଡି ଦମକଳ ବାହିନୀକୁ ଖବର ଦେଇଥିଲେ । ଖବରପାଇ ଦମକଳବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀ ଭିତରୁ ମହିଳାଙ୍କୁ ଉଦ୍ଧାର କରିଥିଲେ । ଅଗ୍ନିଶମ ବିଭାଗ ଓ ୬୦ ନଂ ଜିଲ୍ଲା ପରିଷଦ ଗଦାଧର ସ୍ବାଇଁ ଦ୍ଵାରା ମହିଳାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଉପସ୍ଥିତ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣାପରେ ପାଟପୁର ପୋଲିସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଥାନା ଅପମୃତ୍ୟୁ ମାମଲା ୯/୨୦ ଅନୁସାରେ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ଏମକେସିଜିକୁ ପଠାଇ ଦେଇଥିବା ବେଳେ ଜିଲ୍ଲା ପରିଷଦ ଶ୍ରୀ ସ୍ବାଇଁ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here