ପୁଣି ଥରେ ଚଢ଼ାଉ

0
130

ବ୍ରହ୍ମପୁର(ଓବି ନ୍ୟୁଜ): ଗୁଟଖା ପ୍ରସ୍ତୁତି ଓ ଏହାର ବିକ୍ରିକୁ ଦୀର୍ଘ ଦିନ ହେଲା ନିଷେଧ କରାଯାଇଛି । ଏଣୁ ଏସବୁ ବେଆଇନ କାର୍ଯ୍ୟରେ ଯିଏ ସମ୍ପୃକ୍ତ ରହୁଛି, ତା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ତଥାପି ବ୍ରହ୍ମପୁର ସହରର ଅସାଧୁ ବ୍ୟବସାୟୀମାନେ ହେଜୁନାହାନ୍ତି । ସୁବିଧା ସୁଯୋଗ ଦେଖି ଲୁଚାଚୋରାରେ ଚଳାଇଛନ୍ତି ଏହି କାରବାର । ତେବେ ସେସବୁ ରୋକିବା ପାଇଁ ବ୍ରହ୍ମପୁର ପୁଲିସ ପକ୍ଷରୁ କିଛି ଦିନ ହେଲା ଚାଲିଛି ଚଢ଼ାଉ । କଂଚା ମାଲ ଜବତ ସହ ଗିରଫ ମଧ୍ୟ ହୋଇଛନ୍ତି ଅନେକ । ଏହି କ୍ରମରେ ଆଜି ବଡ଼ବଜାର ଥାନା ପକ୍ଷରୁ ପାଣିଗ୍ରାହିପେଣ୍ଠର ହରି ଦାସ ନାମକ ଏକ ବ୍ୟବସାୟୀଙ୍କ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇ ପୁଲିସ ଅନେକ ଗୁଟଖା ଓ ପ୍ରସ୍ତୁତି ସରଞ୍ଜାମକ ଜବତ କରିଛି ଓ ଏ ବାବଦରେ ତଦନ୍ତ ଜାରି ରହିଛି ବୋଲି ଅତିରିକ୍ତ ଏସପି ପ୍ରଭାତ ରାଉତ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here