ପ୍ରେମ ନା ଆଉ କିଛି…

0
3406

ହିଂଜିଳିକାଟୁ(ଓବି ନ୍ୟୁଜ): ଯୁବ ଅଧ୍ୟାପକଙ୍କ ଅସ୍ୱାଭାବିକ ମୃତ୍ୟୁ । ଉଦ୍ଧାର ହୋଇଛି ଝୁଲନ୍ତା ଶବ । କଙ୍କୋରଡ଼ା ଠାରେ ଥିବା ବିଜ୍ଞାନ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ରୂପେ କାର୍ଯ୍ୟ କରୁଥିବା ରାଜେନ୍ଦ୍ର କୁମାର ଭୁୟାଁଙ୍କ ଝୁଲନ୍ତା ଶବକୁ ହିଂଜିଳିକାଟୁରେ ସେ ଭଡ଼ାରେ ରହୁଥିବା ବାସଭବନରୁ ପୁଲିସ ଠାବ କରିଛି । ଭଦ୍ରକରେ ତାଙ୍କ ପରିବାର ଲୋକ ରହୁଥିବାରୁ ସେମାନେ ଆସିବା ପରେ ତାଙ୍କ ଉପସ୍ଥିତିରେ ଶବ ବାହାର କରାଯାଇ ବ୍ୟବଚ୍ଛେଦ କରାଯିବ ବୋଲି ହିଂଜିଳି ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି । ତେବେ ତାଙ୍କ ମୃତ୍ୟୁର କାରଣକୁ ନେଇ ଶୁଣିବାକୁ ମିଳୁଛି ଅନେକ କଥା । କିଏ କହୁଛି ବ୍ରହ୍ମପୁରରେ ସେ ରହୁଥିବା ସମୟରେ ଏକ ଝିଅ ସହ ତାଙ୍କର ସମ୍ପର୍କ ଗଢ଼ି ଉଠିଥିଲା । ଆଉ କିଏ କହୁଛି ଯୁବତୀ ଜଣଙ୍କ ଏକତରଫା ତାଙ୍କୁ ଭଲ ପାଉଥିଲା । ଏପରିକି ଏମିତି କିଛି ଘଟଣାକୁ ନେଇ ବ୍ରହ୍ମପୁର ଏକ ଥାନାରେ ମାମଲା ପର୍ଯ୍ୟନ୍ତ କଥା ମଧ୍ୟ ଯାଇଥିଲା । ସେପଟେ ସେ କୌଣସି କାରଣ ଯୋଗୁଁ ମାନସିକ ଚାପରେ ରହୁଥିଲେ, ଏଥିପାଇଁ ତାଙ୍କର ଚିକିତ୍ସା ମଧ୍ୟ ହୋଇଥିଲା ବୋଲି ଶୁଣିବାକୁ ମିଳୁଛି । ତେବେ ଶବ ବ୍ୟବଚ୍ଛେଦ ପରେ ଓ ପୁଲିସର ତଦନ୍ତ ପରେ କାରଣ ସ୍ପଷ୍ଟ ହୋଇଯିବ । ହେଲେ ସେପଟେ ଅଧ୍ୟାପକଙ୍କ ମୃତ୍ୟୁକୁ ନେଇ ମହାବିଦ୍ୟାଳୟରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here