ସାବାସ୍ ସ୍ୱୟଂସିଦ୍ଧା

0
54

ବ୍ରହ୍ମପୁର(ଓବି ନ୍ୟୁଜ): ମହିଳାମାନଙ୍କୁ ସଶକ୍ତିକରଣ ଓ ସ୍ୱାବଲମ୍ବୀ କରିବା ପାଇଁ ସରକାରଙ୍କ ପକ୍ଷରୁ ଚାଲିଛି ଅନେକ ଯୋଜନା । ଏହି ଯେପରିକି ସ୍ୱୟଂସିଦ୍ଧା । ଅନ୍ୟାୟ ବିରୋଧରେ ସ୍ୱର ଉତୋଳନ କରିବା ପାଇଁ ରାସ୍ତାର ରୋମିଓ ଓ ଲୁଟେରାଙ୍କୁ ସାବାଡ଼ କରିବା ପାଇଁ ଯୁବତୀ ଓ ମହିଳାମାନଙ୍କୁ ଏହି ଯୋଜନା ମାଧ୍ୟମରେ ମାନସିକ ସ୍ତରରେ ପ୍ରସ୍ତୁତ କରାଯାଉଛି । ତଥାପି ସହରର ଗଳିକନ୍ଦିରେ ଯୁବତୀଙ୍କଠାରୁ ଆରମ୍ଭ କରି ମହିଳାମାନେ କେତେବେଳେ ରୋମିଓଙ୍କ ଲୋଲୁପ ଦୃଷ୍ଟିର ଶୀକାର ହେଉଛନ୍ତି ତ ଆଉ କେତେବେଳେ ଲୁଟେରାଙ୍କ ଲୁଟର ଶୀକାର ହେଉଛନ୍ତି । ହେଲେ ଏସବୁ ଭିତରେ ସ୍ୱୟଂସିଦ୍ଧାର ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ଯୁବତୀ ।


ଯୁବତୀ ଜଣଙ୍କ ଜୟପ୍ରକାଶନଗର ରାସ୍ତା ଦେଇ ଯିବାବେଳେ ତିନି ଜଣ ମୋଟର ସାଇକେଲରେ ଆସି ତାଙ୍କ ହାର ଲୁଟିବାକୁ ଉଦ୍ୟମ କରିଥିଲେ । ତେବେ ଯୁବତୀ ଜଣଙ୍କ ଭୟଭୀତ ନହୋଇ ନିଜର ଉପସ୍ଥିତି ବୁଦ୍ଧି ଖଟାଇ ସେମାନଙ୍କୁ ପ୍ରତିରୋଧ କରିଥିଲା । ଯାହାଫଳରେ କି ସେମାନେ ଭୟଭୀତ ହୋଇ ମୋଟର ସାଇକେଲ ଛାଡ଼ି ଚମ୍ପଟ ମାରିଥିଲେ । ବିଏନପୁର ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୋଟରସାଇକେଲଟିକୁ ଜବତ କରିଛି ।

LEAVE A REPLY

Please enter your comment!
Please enter your name here