ଏସିଆ ବୁକ୍ ରେ ସତ୍ୟ

0
98

ବ୍ରହ୍ମପୁର(ଓବି ନ୍ୟୁଜ): ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣାଙ୍କୁ ମିଳିଛି ଆଉ ଏକ ସଫଳତା । ବିଭିନ୍ନ ପ୍ରସଙ୍ଗକୁ ନେଇ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ କେତେବେଳେ ସେ ବାଲୁକା କୃତି କରୁଥିଲେ ତ ଆଉ କେତେବେଳେ ସାବୁନ୍ କିମ୍ବା ଚକ୍ ଖଡ଼ି କିମ୍ବା କାଠର ସାହାରା ନେଇ କ୍ଷୁଦ୍ର କ୍ଷୁଦ୍ର କଳାକୃତି ମାନ ନିର୍ମାଣ କରୁଥିଲେ । ଏଥିପାଇଁ ତାଙ୍କୁ ଅନେକ ପ୍ରଶଂସା ଅନେକ ମାନପତ୍ର ମିଳିବା ସହ ସେ ବହୁ ରେକର୍ଡ଼ର ଅଧିକାରୀ ମଧ୍ୟ ହୋଇପାରିଛନ୍ତି ।
ପବିତ୍ର ରଥ ଯାତ୍ରା ଅବସରରେ ସେ କାଠ ଯୋଗେ ୧୬ ଚକା ବିଶିଷ୍ଟ ୧.୪ ଇଂଚର ରଥଟିଏ ନିର୍ମାଣ କରିଥିଲେ । ଆଉ ସେହି ଭିତରେ ୬ ମିଲିମିଟର ଉଚ୍ଚତା ବିଶିଷ୍ଟ ଜଗନ୍ନାଥଙ୍କ ପ୍ରତିମୂର୍ତି ସ୍ଥାପନ କରିଥିଲେ । ରଥର ଓଜନ ଥିଲା ମାତ୍ର ୩ ଗ୍ରାମ୍ । କହିବାକୁ ଗଲେ ପୁରୀ ଶ୍ରୀକ୍ଷେତ୍ରର ନନ୍ଦିଘୋଷ ରଥର ଅବିକଳ ନକଲ କରିଥିଲେ ନିଜର କଳାକୃତି ମାଧ୍ୟମରେ । ଯାହାକି ଏବେ ଏସିଆ ବୁକ୍ ଅଫ ରେକର୍ଡ଼ରେ ସ୍ଥାନ ପାଇଛି । ଏହି ଅବସରରେ ସଂସ୍ଥାର କର୍ତୃପକ୍ଷଙ୍କ ପକ୍ଷରୁ ଏକ ପ୍ରେସବିଜ୍ଞପ୍ତି ମାଧ୍ୟମରେ ସତ୍ୟନାରାୟଣ ମହାରଣାଙ୍କୁ ‘ଗ୍ରାଣ୍ଡ ମାଷ୍ଟର’ ଉପାଧି ମିଳିଥିବା ନେଇ ଜଣାଇଦିଆଯାଇଛି । ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ମିଳିଛି । ସୋରଡ଼ା ନିବାସୀ ସତ୍ୟନାରାୟଣ ଦୀର୍ଘ ବର୍ଷ ହେଲା ବ୍ରହ୍ମପୁରରେ ରହି ବିଭିନ୍ନ କଳାକୃତି ନିର୍ମାଣରେ ନିଜକୁ ସମର୍ପି ଦେଇଛନ୍ତି । ଆଗକୁ ତାଙ୍କର ଲମ୍ବା ସଫଳତାର କାମନା କରୁଛନ୍ତି ଅନେକେ ।

LEAVE A REPLY

Please enter your comment!
Please enter your name here