ସୁଷମାଙ୍କ ପାଇଁ ଶ୍ରଦ୍ଧାଞ୍ଜଳି

0
81

ହିଞ୍ଜିଳିକାଟୁ (ଓବି ନ୍ୟୁଜ)(ପବିତ୍ର ପାତ୍ର): ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ହୃଦଘାତରେ ପରଲୋକ ଘଟିଛି। ତାଙ୍କ ମୃତ୍ୟୁ ଖବର ପାଇବା ପରେ ବହୁ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ବୁଧବାର ସନ୍ଧ୍ୟା ରେ ତ୍ରିରଙ୍ଗା ଯୁବ ସଂଘ ଓ ଡ଼ିସକବର ହିଞ୍ଜିଳିକାଟୁ ପକ୍ଷ୍ ରୁ ହିଞ୍ଜିଳିକାଟୁ ଅସ୍ଥାୟୀ ବସଷ୍ଟାଣ୍ଡ ତଥା ମିନି ଷ୍ଟାଡ଼ିୟମରେ ସୁଷମାଙ୍କ ଅମର ଆତ୍ମାର ଶାନ୍ତି ପାଇଁ ସଦସ୍ୟମାନେ ୨ମିନଟ ନିରବ ପ୍ରାର୍ଥନା କରିବା ସହ କ୍ୟାଣ୍ଡଲ ଓ ଦୀପ ଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ରଞ୍ଜନ ସାହୁ , ପ୍ରଭାତ ମହାରଣା , ଶିବରାମ ବେହେରା , ଆଲୋକ ନାୟକ,ଦେବାନନ୍ଦ ମହାପାତ୍ର, ମାଧବ ଗୌଡ଼, ଶିବା ପାତ୍ର, ପ୍ରଭୁଦୂତ ପାତ୍ର, କାହୁଁ ପଣ୍ଡା, ନୀଳକ୍ଷଞ୍ଚଳ ମୁନୀ, ସରୋଜ ପାତ୍ର, ଶରତ ସାବତ, କିସାନ ପାତ୍ର, ସନ୍ୟାସୀ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here