କାଶ୍ମୀର ଖୁସିରେ ସାମିଲ ହେଲେ ଛାତ୍ରଛାତ୍ରୀ

0
79

ବ୍ରହ୍ମପୁର(ଓବି ନ୍ୟୁଜ): ଜାମ୍ମୁ-କାଶ୍ମୀରରୁ ଧାରା- ୩୭୦ ଓ ୩୫ (କ) କୁ କେନ୍ଦ୍ର ସରକାର ଉଚ୍ଛେଦ କରିବା ପରେ ସବୁଠି ସୃଷ୍ଟି ହୋଇଛି ଆନନ୍ଦର ଲହରୀ । କିଏ ମିଠା ବାଂଟି ଖୁସି ମନାଉଛି ତ ଆଉ କିଏ ବାଜା ବଜାଇ ଖୁସି ମନାଉଛି । ଜାତି, ଧମ,ର୍ ବର୍ଣ୍ଣ ଓ ରାଜନୈତିକ ଦଳରୁ ଉଦ୍ଧ୍ୱର୍ରେ ରହି ଅନେକେ ସାମିଲ ହେଉଛନ୍ତି ଏହି ଖୁସିରେ । ରେଶମ ସହର ବ୍ରହ୍ମପୁରରେ ମଧ୍ୟ ଖୁସିର ଚିତ୍ର ଦେଖିବାକୁ ମିଳିଛି । ହେଲେ ଏମିତି ଚିତ୍ର ଦେଖିବାକୁ ମିଳିଛି ଲାଂଜିପଲ୍ଲୀଠାରେ ଥିବା ପ୍ରାଥମିକ ଓ ଉଚ୍ଚବିଦ୍ୟାଳୟରେ । ଅଂଚଳର ବରିଷ୍ଠ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଗହଣରେ ପିଲାମାନେ ମିଠା ଖାଇ ଖୁସି ମନାଇଥିଲେ । ଏ ଅବସରରେ ସୀମାଂଚଳ ଦାସ, ଚିତରଂଜନ ପଟ୍ଟନାୟକ, ଜଗନ୍ନାଥ ସାବତ, ଏନ.କ୍ରିଷ୍ଣା, ମନୋରଞ୍ଜନ ସାବତ, ବିଶ୍ୱନାଥ ପ୍ରଧାନ, ଲଡ଼ୁକିଶୋର ପାଣିଗ୍ରାହୀ, ରୁଦ୍ର ପ୍ରସାଦ ସିଂଦେଓ, ପି.ରବି, ସୁବାସ ଚନ୍ଦ୍ର ମିଶ୍ର, ଅଶୋକ ପଟ୍ଟନାୟକ, ପି.ଚନ୍ଦ୍ରଶେଖର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here