ସତରେ ପୁଣି ଥରେ ଫେରି ଆସିବ କି ଠୁଙ୍ଗା

0
48

ସୋନପୁର(ଓବି ନ୍ୟୁଜ) (ସୁଶାନ୍ତ ସାହୁ) : ପଲିଥିନ ଧୀରେ ଧୀରେ ବିଷର ମଞ୍ଜି ବୁଣି ଦେଉଛି ସାରା ପରିବେଶରେ । ଏଣୁ ଏହାକୁ ବ୍ୟବହାର ନକରିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ସଂଗଠନ ପକ୍ଷରୁ ଚାଲିଛି ସଚେତନତା କାର୍ଯ୍ୟକ୍ରମ ତଥାପି ଲୋକମାନେ ସଚେତନତ ହେଉନାହାନ୍ତି । ବେପାରୀଟିଏ ପଲିଥିନ ମାଧ୍ୟମରେ ତାର ସାମଗ୍ରୀ ବିକ୍ରି କରି ଚାଲିଥିବା ବେଳେ ଗରାଖଟିଏ ମଧ୍ୟ ପଲିଥିନ ଭର୍ତି ସାମଗ୍ରୀକୁ ହାତରେ ଝୁଲାଇ ଝୁଲାଇ ଚାଲି ଯାଉଛି ଘରକୁ । ସୁବର୍ଣ୍ଣପୁର ଜିଲ୍ଲା ମଧ୍ୟ ବାଦ୍ ପଡ଼ିନି ଏଥିରୁ ।
ସମସ୍ତ ଅଂଚଳରେ ପଲିଥିନର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି । ପରିବେଶ ପ୍ରଦୁଷଣର ଏହା ଏକ ମୁଖ୍ୟ କାରଣ ପାଲଟିଛି । ତେଜରାତି ଦୋକାନଠାରୁ ଆରମ୍ଭ କରି ପନିପରିବା, ମିଠା ଦୋକାନ ସହ ମାଛ, ମାଂସ ଦୋକାନରେ ମଧ୍ୟ ବିଭିନ୍ନ ଦ୍ରବ୍ୟ ଦେବା ପାଇଁ ଦୋକାନୀ ମାନେ ପଲିଥିନ ବ୍ୟବହାର କରୁଛନ୍ତି । ପଲିଥିନର ଅତ୍ୟଧିକ ବ୍ୟବହାର ଯୋଗୁଁ ଆଉ କେହି କାଗଜ ଠୁଙ୍ଗା ତିଆରି କରୁ ନାହାନ୍ତି । ପୂର୍ବରୁ ପଲିଥିନର ପ୍ରଚଳନ ନଥିବା ବେଳେ କାଗଜ ତିଆରି ଠୁଙ୍ଗାରେ ବିଭିନ୍ନ ଦ୍ରବ୍ୟ ବ୍ୟବସାୟୀ ମାନେ ଗ୍ରାହାକଙ୍କୁ ଦେଉଥିଲେ । ତେଣୁ ଠୁଙ୍ଗା ତିଆରି କରି କିଛି
ଲୋକ ଗୁଜୁରାଣ ମେଂଟାଇପାରୁଥିଲେ । ସହରର କିଛି ବ୍ୟବସାୟୀଙ୍କୁ ଏ ବିଷୟରେ ପଚାରିବାରୁ ପଲିଥିନର ବହୁଳ ବ୍ୟବହାର ଯୋଗୁଁ ଠୁଙ୍ଗାର ପ୍ରଚଳନ ବନ୍ଦ ହୋଇଯାଇଥିବା କହିଛନ୍ତି ।
ରାଜ୍ୟ ସରକାର ଗତ୨୦୧୮ ଅକ୍ଟୋବର ୨ରୁ ପଲିଥିନ ବ୍ୟବହାରକୁ ନିଷିଧ କରିଛନ୍ତି । ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ବହୁ ବୁଦ୍ଧିଜିବୀ ମତ ଦେଇଛନ୍ତି । କିନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ଅଂଚଳରେ ଏହା କାର୍ଯ୍ୟକାରୀ ହେଉନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି । କିଛି ଦିନ ପୁର୍ବରୁ ପୈାର ପରିଷଦ କିଛି ଜରି ଓ ସୋଲ ର ଖଲିଦନା ଜବତ କରିଥିଲେ । ପରେ କିନ୍ତୁ ଅବସ୍ଥା ଯେଉଁ ତିମିରେକୁ ସେଇ ତିମିରେ ହୋଇ ରହିଗଲା । ଚଢାଉ କୁ ସିଏ ମଧ୍ୟ ଭୂଲି ଗଲେ । ତାପରେ ବି ଏଠାରେ ପଲିଥିନ ବ୍ୟବହାର କମିନାହିଁ । ତେଣୁ ଠୁଙ୍ଗା ବ୍ୟବସାୟର ପୁନରୁଦ୍ଧାର ସହିତ ସବୁଠି ପଲିଥିନ ବ୍ୟବହାରକୁ ରୋକିବା ପାଇଁ ଦାବୀ ହେଉଛି । ଏହା ହେଲେ ପରିବେଶ ସୁରକ୍ଷିତ ରହିପ ।ରିବ । ସବୁଠି ପଲିଥିନ ପଡି ସୃଷ୍ଟି ହେଉଥିବା ଅସ୍ୱାସ୍ଥ୍ୟକର ପରିବେଶରୁ ମୁକ୍ତି ମିଳିବ । ଏନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାକୁ ବୁଦ୍ଧିଜିବୀ ମହଲରୁ ଦାବୀ ହେଉଛି । ଏଣୁ ଏବେ ସବୁଠି ଗୋଟିଏ ଚର୍ଚ୍ଚା । ସତରେ କଣ ସେହି ପୁରୁଣା ଠୁଙ୍ଗାର ପୁନଃପ୍ରଚଳନ ହୋଇପାରିବ ।

LEAVE A REPLY

Please enter your comment!
Please enter your name here