ବନ୍ୟାର ତାଣ୍ଡବ ଲୀଳା

0
42

କଳାହାଣ୍ଡି(ଓବି ନ୍ୟୁଜ) (ବରଦା ପ୍ରସନ୍ନ ନାୟକ) :କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଲାଗିଛି । ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳପତନ ମଧ୍ୟ ବୃଦ୍ଧି ପାଇଛି । ଜିଲ୍ଲାର ଥୁଆମୁଳ ରାମପୁର, ଲାଞ୍ଜିଗଡ଼ ତୁନାଗାଡ଼ି ଆଦି ବିଭିନ୍ନ ଅଂଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ।
ସେହିପରି ହାତୀ ନଦୀ ଓ ତେଲ ନଦୀରୁ ଜଳସ୍ତର ମଧ୍ୟ ବୃଦ୍ଧି ପାଇବା ଫଳରେ ଭବାନୀପାଟଣାରୁ ଧର୍ମଗଡ଼ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଧର୍ମଗଡ଼ରୁ ଜୁନାଗଡ଼ ମଧ୍ୟରେ ହାଲେର ଜୋର ନିକଟ ରାସ୍ତା ଉପରେ ୪ ଫୁଟର ପାଣି ପ୍ରବାହିତ ହୋଇଛି । ଯାହାପଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here