ପିଲାଙ୍କୁ କୃମି ଔଷଧ ଖୁଆଇଲେ ଜିଲ୍ଲାପାଳ

0
78

ରଙ୍ଗେଇଲୁଣ୍ଡା(ଓବି ନ୍ୟୁଜ)(ଟୁଟୁ ମହାପାତ୍ର): ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ପାଲୁରୁହିଲ ଠାରେ ଅବସ୍ଥିତ ଥିବା ବିଜୁ ପଟ୍ଟନାୟକ କେନ୍ଦ୍ରୀୟ ବିଦ୍ୟାଳୟରେ ଆଜି ବିଶ୍ୱ କୃମି ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୨୪୦ ଜଣ ଛାତ୍ରଛାତ୍ରୀଙ୍କୁ କୃମି ଔଷଧ ଖାଇବାକୁ ଦିଆଯାଇଥିଲା । ୧ ବର୍ଷରୁ ୧୯ ବର୍ଷ ମଧ୍ୟରେ ପିଲାମାନଙ୍କୁ ଏହା ଖାଇବାକୁ ଦିଆଯାଏ ଏବଂ ଏହାର ପାଶ୍ୱର୍ ପ୍ରତିକ୍ରିୟା କିଛି ନାହିଁ । ଯଦି କିଛି ମାତ୍ରାରେ ବାନ୍ତି ହୁଏ, ତା ହେଲେ ଏହାର ପ୍ରତିକ୍ରିୟା ପାଇଁ ଆମେ ସଜାଗ ଅଛୁ ବୋଲି ଜିଲ୍ଲା ଚିକିତ୍ସାଧିକାରୀ ଡ.ବିଜୟ ପାଣିଗ୍ରାହୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗ ଦେଇ ଏହାକୁ ଉଦଘାଟନ କରି କିଛି ପିଲାମାନଙ୍କୁ କୃମି ଔଷଧ ଖୁଆଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ଅଧ୍ୟକ୍ଷ ଗୋଲକ ବିହାରୀ ମିଶ୍ରଙ୍କ ସମେତ ସ୍କୁଲର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here