ପାଚେରୀ ନାହିଁ କି ଶିକ୍ଷକ ନାହିଁ

0
52

ବେଗୁନିଆପଡ଼ା(ଓବି ନ୍ୟୁଜ) (ଗାୟତ୍ରୀ ଦେବୀ) : ବେଗୁନିଆପଡ଼ା ସ୍ଥିତ ଜନତା ନୋଡାଲ ହାଇସ୍କୁଲର ଅବ୍ୟବସ୍ଥା ଏବେ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ୨ ବର୍ଷ ପୂର୍ବେ ଏହି ବିଦ୍ୟାଳୟ ପରିସରରେ ୬ଷ୍ଠ ଓ ସପ୍ତମ ଶ୍ରେଣୀ ଅଲଗା ଥିବା ବେଳେ ହାଇସ୍କୁଲ ଅଧୀନରେ ଅଷ୍ଟମ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିଲା । ପରେ ସରକାରଙ୍କ ତରଫରୁ ପ୍ରକାଶିତ ନିର୍ଦ୍ଦେଶନାମା ଅନୁଯାୟୀ ଏହା ନୋଡାଲ ହାଇସ୍କୁଲରେ ପରିଣତ ହେବା ପରେ ଏଠାରେ ବର୍ତ୍ତମାନ୍ ୬ଷ୍ଠ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମିଶାଇ ଶିକ୍ଷାଦାନ ଦିଆଯାଉଛି ସିନା ନିର୍ଦ୍ଧିଷ୍ଟ ଭିତ୍ତିଭୂମି ଅଭାବ ଯୋଗୁଁ ଛାତ୍ରଛାତ୍ରୀ ଓ ଅଭିଭାବକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ବର୍ତ୍ତମାନ୍ ଏଠାରେ ୭୧୧ ଜଣ ପିଲା ପାଠ ପଢୁଥିବା ବେଳେ ସେଥିମଧ୍ୟରୁ ୩୮୪ ଜଣ ବାଳିକା ଓ ୩୨୭ ଜଣ ବାଳକ । ଏମାନଙ୍କୁ ପଢାଇବା ପାଇଁ ବର୍ତମାନ୍ ୧୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀଥିବା ବେଳେ ଗଣିତ ଶିକ୍ଷକ ଓ ସଂସ୍କୃତ ଶିକ୍ଷକ ନଥାଇ ପିଲା ପାଠ ପଢୁଛନ୍ତି । ୨୦୧୩ ମସିହାରୁ ସ୍ଥାୟୀ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ କେ. ଭୀମା ରାଜୁ ପାତ୍ରଙ୍କୁ ଏହି ଦାୟିତ୍ଵ ପ୍ରଦାନ କରାଯାଇଛି । ସେପଟେ ମୋଟ ୯ ଟି କୋଠରୀ ଥିବାବେଳେ ବ୍ଲକର ବି ଇ ଓ ଙ୍କ କାର‌୍ୟ୍ୟାଳୟକୁ ଆସୁଥିବା ସମସ୍ତ ବିଦ୍ୟାଳୟର ବହି ପତ୍ର ସାଙ୍ଗକୁ ଅନ୍ୟାନ୍ୟ ଆନୁସଙ୍ଗିକ ଜିନିଷ ରଖାଯାଉଥିବା ଯୋଗୁଁ କେବଳ ୬ ଟି କୋଠାରୀରେ ଶିକ୍ଷାଦାନ ଦିଆଯାଉଛି । ନବମ ଓ ଦଶମ ଶ୍ରେଣୀରେ ପିଲାଙ୍କ ପାଇଁ ସେକ୍ସନ୍ ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ଏହାର ସଦୁପୋଯୋଗ ହୋଇପାରୁନି । ଏ ତ ଗଲା ଶିକ୍ଷାଦାନ କଥା କ୍ଷ ସବୁଠାରୁ ସ୍ପର୍ଶକାତର ବିଷୟ ହେଲାଯେ ଏହି ହାଇସ୍କୁଲ ପରିସରରେ ବି ଇ ଓ କାର‌୍ୟ୍ୟାଳୟ ଥିବା ଯୋଗୁଁ ଏବଂ ନିକଟରେ ବିଦ୍ୟାଳୟକୁ ଲକ୍ଷଗି ଷ୍ଟାଡିୟମ୍ ଥିବା ହେତୁ ଏହି ବିଦ୍ୟାଳୟର ନିର୍ଦ୍ଧିଷ୍ଟ ସୀମା ପାଚେରୀ ନାହିଁ ଯାହା ଫଳରେ ଉଭୟ ପଟରୁ ଜନସାଧାରଣଙ୍କ ଅବାଧ ପ୍ରବେଶ ରହୁଛି ଫଳରେ ବିଦ୍ୟାଳୟ ପରିସରରେ ସୁରକ୍ଷା ରହୁନାହିଁ ।
ଏ ସମ୍ପର୍କରେ ଜନତା ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କେ. ଭୀମରାଜୁ ପାତ୍ରଙ୍କ ସହ ଯୋଗାଯୋଗ କରିବାରେ ସେ ପ୍ରକାଶ କରିଛନ୍ତି ଯେ ବିଦ୍ୟାଳୟ ଚାଲିବା ସମୟରେ ଷ୍ଟାଡିୟମ୍ ରେ ଖେଳ ଚାଲିବା ଯୋଗୁଁ ପିଲାଙ୍କ ପାଠ ପଢ଼ାରେ ବାଧା ସ୍ରୁଷ୍ଟି ହେଉଥିବା ବେଳେ ବିଭିନ୍ନ ସରକାରୀ କାର‌୍ୟ୍ୟକ୍ରମ ଏହି ଷ୍ଟାଡିୟମ୍ ରେ ହେଉଥିବା ଯୋଗୁଁ ଏପଟେ ପାଚେରୀ ଭିତରକୁ ଖୋଲା ରାସ୍ତା ରହିଥିବା ଯୋଗୁଁ ବୃକ୍ଷ ରୋପଣ କରାଯାଇ ନଥିବା ସହ ନିର୍ଦ୍ଧିଷ୍ଟ ପାଚେରୀ ନିହାତି ଆବଶ୍ୟକ ବୋଲି କହିଛନ୍ତି । ଏହା ସହିତ ଆବଶ୍ୟକୀୟ କୋଠରୀ, ସ୍ଥାୟୀ ପ୍ରଧାନ ଶିକ୍ଷକ, ଗଣିତ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ସହ ଏକ ଅଡିଟୋରିଅମ ନିର୍ମାଣ ପାଇଁ ଦାବୀ ହୋଇଛି ।

LEAVE A REPLY

Please enter your comment!
Please enter your name here