ବ୍ରହ୍ମପୁର(ଓବି ନ୍ୟୁଜ) : ଦକ୍ଷିଣ ଓଡ଼ିଶାର ପ୍ରାଣ କେନ୍ଦ୍ର କହିଲେ ବ୍ରହ୍ମପୁରକୁ ବୁଝାଉଛି । କଳା ସଂସ୍କୃତି, ଶିକ୍ଷା ଓ ବାଣିଜ୍ୟ କ୍ଷେତ୍ରରେ ଏହି ସହର ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ତେବେ ବିଭିନ୍ନ ସମୟରେ ସହରରେ ଥିବା ବହୁ ସରକାରୀ କାର୍ଯ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତରିତ କରି ଦିଆଯାଇଛି । ଏହି ବାବଦରେ ପୂର୍ବରୁ ବହୁ ସଂଗଠନ ପକ୍ଷରୁ ପ୍ରତିବାଦ ଓ ଆନ୍ଦୋଳନ କରାଯାଇଥିଲେ ବି ମିଳିନି ସୁଫଳ । ଜନପ୍ରତିନିଧିଙ୍କ ଉଦାସୀନତା ଓ ଇଛାଶକ୍ତିକୁ ଏଥି ପାଇଁ ଦାୟୀ କରିଛନ୍ତି ବିଭିନ୍ନ ସଂଗଠନର କର୍ମକର୍ତା । ଆଉ ଏବେ ସହରରେ ଥିବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଛତ୍ରପୁରକୁ ଉଠାଇ ନେବା ପାଇଁ ଚାଲିଥିବା ଯୋଜନା ସଂପର୍କରେ ଖବର ପାଇ ବିଭିନ୍ନ ସଂଗଠନ ଏଠାଠି ହୋଇଛନ୍ତି । ଜିଲ୍ଲା ପ୍ରାଶାସନକୁ ଏଥିରୁ ନିବୃତ ହେବା ପାଇଁ କୋର୍ଟର ମଧ୍ୟ ଆଶ୍ରୟ ନେଇଛନ୍ତି । ଏଣୁ ଏହି ବାବଦାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଆଜି ବିଭିନ୍ନ ସଂଗଠନ ଏକାଠି ହୋଇ ଗଞ୍ଜାମ ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି ମାଧ୍ୟମରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଏହି ଅବସରରେ ସୁରେନ୍ଦ୍ର ପାଣିଗ୍ରାହୀ, ଅବନୀ କୁମାର ଗୟା, ଶ୍ୟାମ ସୁନ୍ଦର ଖାଡ଼ଙ୍ଗ, ରଜନୀକାନ୍ତ ମଣ୍ଡଳ, ସଞ୍ଜୟ କୁମାର ପଟ୍ଟନାୟକ, ରବି ରଥ, କାମରାଜୁ ମହାରଣା, ତ୍ରିନାଥ ମହାରଣା, ଶଙ୍କର ସାହୁ, ସୂର୍ଯ୍ୟ ନାରାୟଣ ବେହେରା, ଜଗନ୍ନାତ କୁମାର ପାତ୍ର, ସୂର୍ଯ୍ୟ ନାରାୟଣ ଦାଶ, ରାଜେନ୍ଦ୍ର ପଣ୍ଡା, କିଶୋର ପାତ୍ର, ହୃଷୀକେଶ ପାତ୍ର, ଶଙ୍କର ସାହୁ, ସନ୍ତୋଷ କୁମାର ସାହୁ, ରମେଶ ଚନ୍ଦ୍ର ସାହୁ, ବିଶ୍ୱଦେବ, ଗୁରୁଚରଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏଦିଗରେ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଗଣ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
Nice ob news reporter
🙏🙏🙏