ହତ୍ୟା ମାମଲାରେ ୧୮ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ

0
138

ବ୍ରହ୍ମପୁର (ଓବି ନ୍ୟୁଜ):୧୨ ବର୍ଷ ତଳର ହତ୍ୟା ମାମଲାରେ ଆସିଲା ରାୟ। ୧୮ ଜଣ ଦୋଷୀଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ଏଡିଜେ କୋର୍ଟ। ୨୦୦୭ ମସିହାରେ ଗୋଷ୍ଠୀ ସଂଘର୍ଷରେ ବ୍ରହ୍ମପୁର ସଦର ଥାନା ଫୁଲଟା ଗାଁରେ ମହେଶ୍ୱର ସାସମଲଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ୧୨ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଭିତ୍ତି କରି ରାୟ ଶୁଣାଇଛନ୍ତି ବ୍ରହ୍ମପୁର ଏଡିଜେ କୋର୍ଟ। ମହେଶ୍ୱରଙ୍କ ହତ୍ୟା ମାମଲାରେ ମୋଟ୍ ୧୯ ଜଣଙ୍କୁ ଗିରଫ କରାଯାଇଥିଲା। ପରେ ସମସ୍ତେ ସର୍ତ୍ତମୂଳକ ଜାମିନ ପାଇଥିଲେ। ଏହି ଘଟଣାରେ ସଂପୃକ୍ତ ଜଣେ ଅଭିଯୁକ୍ତର ପୂର୍ବରୁ ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here