ବର୍ଷାରେ ଫୁଲୁଛି ନଦୀ

0
99

ବେଲଗୁଣ୍ଠା(ଓବି ନ୍ୟୁଜ) (ପ୍ରଭାତ କୁମାର ସାହୁ):ଗତ ଦୁଇ ଦିନ ହେବ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ନଦୀର ଜଳ ସ୍ତର ବୃଦ୍ଧି ପାଉଛି ।ଗତ ରାତିରେ ବେଲଗୁଣ୍ଠା ବ୍ଲକରେ ପ୍ରବଳ ବର୍ଷା ହୋଇଥିଲା ।ମଙ୍ଗଳବାର ସଂଧ୍ୟା ୬ଟାରୁ ବୁଧବାର ସକାଳ୬ପର‌୍ୟ୍ୟନ୍ତ ମାଧବରିଡା ଠାରେ ଜଳସମ୍ପଦ ବିଭାଗ ତରଫରୁ୧୨୩ ମି.ମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଖଣ୍ଡରାବଳୀଠାରେ ୧୩୦ମି.ମି ବର୍ଷା ରେକର୍ଡ କରାଯାଇଛି ।ସେହିପରି ଆଜି ବର୍ଷା ଅମ୍ ରହିଥିବାବେଳେ ସକାଳ ୬ଟାରୁ ସଂଧ୍ୟା ୬ଟା ମଧ୍ୟରେ ମାଧବରିଡା ଠାରେ ୬ମି.ମି ଓ ଖଣ୍ଡରାବଳୀଠାରେ ୧୦ମିମି ବର୍ଷା ରେକର୍ଡ କରାଯାଇଛି ।ବେଲଗୁଣ୍ଠା ବ୍ଲକ ଅଞ୍ଚଳ ଦେଇ ଯାଇଥିବା ସମସ୍ତ ନଦୀ ନାଳର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।ବଡନଦୀ ଓ ବୋଡା ନଦୀ ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଥିବା ବେଳେ ଲୋହରାଖଣ୍ଡି ନଦୀରେ ପ୍ରଥମ ବନ୍ୟା ଜଳ ପ୍ରବାହିତ ହୋଇଛି ।ଲୋହରାଖଣ୍ଡି,ବଡ ନଦୀ ଓ ବୋଡାନଦୀ ମାଧବରିଡା ଠାରେ ମିଶିଥିବାରୁ ସେଠାରେ ୬୦.୬୬ମିଟର ବିପଦ ସଂକେତ ଧାର‌୍ୟ୍ୟ ଥିବା ବେଳେ ବର୍ତ୍ତମାନ ଜଳସ୍ତର ୫୯.୧୩ ମିଟର ରହିଛି ।ଯାହାକି ବିପଦସଂକେତ ଅତି ନିକଟତର ।ଆଗମୀ ୧୨ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା ଥିବାରୁ ଏହା ବଢ଼ିବାର ଆଶଙ୍କା ରହିଛି ।ସେହିପରି କାଳିଆମ୍ବା ନାଳ,ଗୋଗେଇ ନାଳ,କହ୍ନେଇସର ନାଳର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।
ମାଧବରିଡା ଠାରେ ପ୍ରତି ସେକେଣ୍ଡରେ ୨୩୮.୫୨ କ୍ୟୁସେଜ ଜଳ ନିଷ୍କାସନ କରାଯାଉଥିବା ସହକାରୀ ଯନ୍ତ୍ରୀ ସରୋଜ ପ୍ରହରାଜ ପ୍ରକାଶ କରିଛନ୍ତି ।ବର୍ତ୍ତମାନ ବିପଦର କୌଣସି ଆଶଙ୍କା ନାହିଁ ବୋଲି ସୂଚନା ଦେଇଛନ୍ତି ।ଚଢ଼ିଆପଲ୍ଲୀ ଦେଇ ପ୍ରବାହିତ ହେଉଥିବା ବୋଡା ନଦୀର ୧୨୦ବର୍ଷର ଲୁହା ପୋଲଟି ପ୍ରାୟ ଦୁଇ ବର୍ଷ ହେବ ଭାଙ୍ଗିଯାଇଥିବା ବେଳେ ସେଠାରେ ନୂତନ ପୋଲ କାମ ଆରମ୍ଭ ହୋଇଛି ।ଯାତାୟତ ପାଇଁ ନିର୍ମାଣ ହୋଇଥିବା ଡାଇଭର୍ସନ ରୋଡଟିର ଉପର ଦେଇ ପାଣି ପ୍ରବାହିତ ହେଉଥିବାରୁ ଡାଇଭର୍ସନଟି ଭାଙ୍ଗିଯିବାର ଆଶଙ୍କା କରାଯାଉଛି ।

LEAVE A REPLY

Please enter your comment!
Please enter your name here