ପୁଲିସ ଫାଣ୍ଡି ଉଦଘାଟିତ

0
65

ପୋଲସରା (ଓବି ନ୍ୟୁଜ): ଆଜି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଓ ପୋଲସରା ବ୍ଲକ୍ ସ୍ଥିତ ବାଲିଛାଇ ଗ୍ରାମରେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟ ଓ ପୋଲସରା ବିଧାୟକଙ୍କ ଦ୍ୱାରା ଲକ୍ଷାଧିକ ଟଙ୍କାରେ ନିର୍ମାଣ କରାଯାଇଥିବା ନୂତନ ଫାଣ୍ଡି ଗୃହର ଉଦଘାଟନ କରାଯାଇଛି ।
କାର୍ଯ୍ୟକ୍ରମରେ ଛତ୍ରପୁର ଉପଖଣ୍ଡ ଅଧିକାରୀ ଉକ୍ରଳ କେଶରୀ ଦାସ, ପୁରୁଷୋତମପୁର ଉପଖଣ୍ଡ ଅଧିକାରୀ ନିମାଇଁ ଚରଣ ସେଠୀ, ପୋଲସରା ଅତିରିକ୍ତ ତହସିଲଦାର ଅଶୋକ କୁମାର ପ୍ରଧାନଙ୍କ ସମେତ କବିସୂର୍ଯ୍ୟନଗର ଥାନାଅଧିକାରୀ ତପନ କୁମାର ପତି, ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ, କୋଦଳା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ପୁରୁଷୋତମପୁର ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଫାଣ୍ଡି ହେବା ଦ୍ୱାରା ଅଞ୍ଚଳବାସିନ୍ଦା ପୁଲିସ ବିଭାଗକୁ ସାଧୁବାଦ ଜଣାଇଛନ୍ତି । ଏଥିରେ ବାଲିଛାଇ ଫାଣ୍ଡି ଅଧିକାରୀ ଉମାଚରଣ ପ୍ରହରାଜ ଓ ସମସ୍ତ କର୍ମଚାରୀ, ବାଲିଛାଇ ସରପଂଚଙ୍କ ସମେତ ୯ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ବାଲିଛାଇ ଗ୍ରାମବାସୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here