ମୋହନା (ଓବି ନ୍ୟୁଜ୍)(ସୁବିତ୍ କୁମାର ନାୟକ) ; ଗଜପତି ଜିଲ୍ଲା ମୋହନା ତହସିଲ ର ବିଭିନ୍ନ ଅଞ୍ଚଳରେ ଦିନ କୁ ଦିନ ବେଆଇନ ଭାବେ କ୍ରସର ୟୁନିଟ ଗଢିଉଠିବା ସହ ତାହାକୁ ପଥର ଯୋଗେଇବା ଉଦ୍ଧେଶ୍ୟର ବ୍ୟାପକ ମାତ୍ରାରେ ପଥର କୁଆଁରୀ ର ମଧ୍ୟ ବୃଦ୍ଦି ପାଇବାରେ ଲାଗିଛି । ବିଭିନ୍ନ ସ୍ଥାନରେ ବେଆଇନ ଭାବେ ପଥର କୁଆଁରୀ ବଢୁଥିବା ଯୋଗୁଁ ସବୁଜ ପରିବେଶ ନଷ୍ଟ ହେବା ସହ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ ସମ୍ପଦ ନଷ୍ଟ ହେବାରେ ଲାଗିଛି । ଏହାକୁ ନେଇ ଅଞ୍ଚଳବାସୀ ଅନେକ ଥର ଅସନ୍ତୋଷ ପ୍ରକାଶ କରି ପ୍ରତିବାଦ କରିଆସୁଥିବା ହେତୁ ମୋହନା ତହସିଲଦାର ଆଜି ଗୁରବାର ଦିନ ଅଚାନକ ଭାବେ ଚନ୍ଦ୍ରଗିରି ନିକଟସ୍ଥ ପୋଲାବନ୍ଧ ପଥର ଖଣି ଓ କିଡାସିଙ୍ଗ ସ୍ଥିତ କ୍ରସର ୟୁନିଟରେ ଚଡାଉ କରି ପଥର କୁଆଁରୀରୁ ବ୍ୟବହୃତ ଏକ କମ୍ପ୍ରେସର ଓ ସରଞ୍ଜାମ ସମେତ କିଡାସିଂ କ୍ରସରରେ ବେଆଇନ ଭାବେ ଗଚ୍ଛିତ ରଖାଯାଇଥିବା ପଥର କୁ ଜବତ କରିବା ସହ ଏକ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାପଡିଛି । ତେବେ ମୋହନାରେ କେବଳ ଦୁଇଟି କ୍ରସର ଫେକ୍ଟ୍ରୀ ସରକାରୀ ଅନୁମତି କ୍ରମେ ଚାଲିଥିବା ବେଳେ ଏ ଯାବତ କୌଣସି ପଥର କୁଆଁରୀ ରୁ ପଥର ଉତ୍ତୋଳନ କରିବା ନିମନ୍ତେ ଅନୁମତି ଦିଆଯାଇନଥିବା ମୋହନା ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବା ସୁଚନା ଦେଇଛନ୍ତି । କିନ୍ତୁ ମୋହନା ତହସିଲ ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୀର୍ଘ ବର୍ଷ ଧରି ପଥର ଖଣି ଗଢିଉଠିଥିବା ବେଳେ ପଥର କେଉଁ ଆଡେ ଚାଲାଣ ହେଉଛି ତାହା ପ୍ରଶାସନିକ ମଧ୍ୟ ଅଗୋଚର । ତେବେ ଗୋଟିଏ ପଟେ ଏଭଳି ଦିନ କୁ ଦିନ ଅଞ୍ଚଳରେ ପଥର ମାଫିଆ ମାନେ ନିଜର କାୟା ବିସ୍ଥାର କରି କୋଟି କୋଟି ଟଙ୍କାର ରାଜସ୍ବ ହାନୀ ଘଟାଉଥିବା ବେଳେ ବିଭିନ୍ନ ସ୍ଥାନରେ କୃତ୍ରୀମ ହ୍ରଦ ସୃଷ୍ଟି ହେବା ସହ ପାକୃତିକ ବିପର୍ୟ୍ୟୟ ଘଟିବାରେ ଲାଗିଛି । ତେବେ ମୋହନାର ବିଭିନ୍ନ ସ୍ଥାନରେ ତହସିଲଦାର ନିଜେ ଘନ ଘନ ଚଡାଉ କରିଆସୁଥିବା ସହ ଏଭଳି ପଥର କୁଆଁରୀ କୁ ଆଗାମୀ ଦିନରେ ଚଡାଉ ଜାରୀ ରହିବ ବୋଲି ପ୍ରକାଶ କରିଛନ୍ତି ।