ତାରାତାରିଣୀ ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କଲେ ଜିଲ୍ଲାପାଳ

0
139

ପୁରୁଷୋତମପୁର (ଓବି ନ୍ୟୁଜ)(ସ୍ୱତନ୍ତ୍ର ପ୍ରତିନିଧି ସୁନୀଲ କୁମାର ସାହୁ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରା ତାରିଣୀଙ୍କ ମନ୍ଦିରରେ ଚାଲିଥିବା ଉନ୍ନୟନମୂଳକ କାର‌୍ୟ୍ୟ ବୁଲି ଦେଖିଛନ୍ତି ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ। ଜିଲାପାଳ ମନ୍ଦିର ପରିସରରେ କିଭଳି କାମ ଚାଲିଛି, ଭକ୍ତମାନେ ଯେପରି ସୁବିଧାରେ ମା’ଙ୍କ ଦର୍ଶନ କରିପାରିବେ ସେନେଇ ଗୁରୁବାର ଆୟୋଜିତ ଏକ ସମୀକ୍ଷା ବୈଠକରେ ଗୁରୁତ୍ୱ ଦେଇଥିଲେ। ଏହା ସହ ରାସ୍ତା ଓ ମନ୍ଦିର ପରିସରରେ ଆଲୋକୀକରଣ, ଗେଟ୍‌ ନିର୍ମାଣ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଠିକ୍‌ ଭାବେ କରିବା ସହ ଚାଲିଥିବା ଉନ୍ନୟନମୂଳକ କାର‌୍ୟ୍ୟଗୁଡିକ ସମ୍ପର୍କରେ ଆଲୋଚନା କରି ତୁରନ୍ତ ଶେଷ କରିବାକୁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏଥିରେ ଛତ୍ରପୁର ଉପ ଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ପୁରୁଷୋତ୍ତମପୁର ତହସିଲଦାର ଅରୁଣ କୁମାର ନାୟକ, ବିଡିଓ ସତ୍ୟସୁନ୍ଦର ରାଉତ, ପୂର୍ତ୍ତବିଭାଗ ନିର୍ବାହୀ ଅବନୀକାନ୍ତ ଦାଶ, ତାରା ତାରିଣୀ ଉନ୍ନୟନ ପରିଷଦର ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ନିଶଙ୍କ ସମେତ ବିଦ୍ୟୁତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଅଧିକାରୀଙ୍କ ସହିତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here