ଉଜ୍ଜ୍ୱଳା ଦିଦିଙ୍କ କର୍ମଶାଳା

    0
    72

    ବେଗୁନିଆପଡା (ଓବି ନ୍ୟୁଜ୍)(ଗାୟତ୍ରୀ ଦେବୀ) ; ଏହି ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ଠାରେ ମା ନାରାୟଣୀ ଇଣ୍ଡେନ ଗ୍ୟାସ ଗ୍ରାମୀଣ ବିତରକ ପକ୍ଷରୁ ବିଭିନ୍ନ ପଂଚାୟତର ଉଜ୍ଜ୍ବଳା ଦିଦି ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଈଛି । ଗ୍ରାମୀଣ ବିତରକ ସତ୍ଵାଧିକାରିଣୀ ରଂଜିତା କୁମାରୀ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କର୍ମଶାଳାରେ ବ୍ଲକ ସଂଯୋଜକ ମଧୁ ସୁଦନ ଜେନା, ଏସ ଡି ପି ଓ ତୋଫାନ ନାୟକ ଯୋଗ ଦେଇ ଗ୍ୟାସ ର ନିରାପଦ ବ୍ୟବହାରରେ ମହିଳାଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ଏହି ଶିବିରରେ ଅଙ୍ଗାରଗାଁ, ଶାଙ୍କୁଡ଼ା, ବଡ ଖଇରଖମା, ଖଣ୍ଡିଆନଇଁ, ସୁମଣ୍ଡଳ, ସୌରା ଛଚିନା ବେଗୁନିଆପଡା ପଂଚାୟତ ର ସମସ୍ତ ଉଜ୍ଜ୍ୱଳ ଦିଦି ଯୋଗଦେଇଥିଲେ ।

    LEAVE A REPLY

    Please enter your comment!
    Please enter your name here