ବେଗୁନିଆପଡ଼ା (ଓବି ନ୍ୟୁଜ୍)(ଗାୟତ୍ରୀ ଦେବୀ) ; ରାଜ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ପ୍ରକାରେ ସ୍ଵତନ୍ତ୍ର ଭାବେ ଭୋଟର ତାଲିକା ସଂଶୋଧନ ପାଇଁ ବେଗୁନିଆପଡ଼ା ବ୍ଲକରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଗଷ୍ଟ ମାସରେ ଏହି ଭୋଟର ତାଲିକା କୁ ରିଭାଇଜ୍ କରାଇବା ସହ ସେପ୍ଟେମ୍ବର୍ ମାସରେ ଏହାର ପୁଣି ପୁଙ୍ଖାନୁପୁଙ୍ଖ ଯାଂଚ କରାଯାଇ ଅକ୍ଟୋବର ମାସ ୧୫ ତାରିଖ ଠାରୁ ନଭେମ୍ବର୍ ମାସ ୩୦ ତାରିଖ ପର୍ଯ୍ୟନ୍ତ ବି ଏଲ୍ ଓ ମାନେ ଘରକୁ ଘର ଯାଇ ଏହି ଭୋଟର ସର୍ଭେ ସହ ଯୋଗ କିମ୍ବା ବିୟୋଗ ତାଲିକାକୁ ପ୍ରସ୍ତୁତି କରିବା ପାଇଁ ନିର୍ଦ୍ଦେଶ ରହିଛି । ଆଜିର ପ୍ରସ୍ତୁତି ବୈଠକରେ ବେଗୁନିଆପଡ଼ା ବ୍ଲକ ଅତିରିକ୍ତ ବି ଡି ଓ ପ୍ରଦୀପ କୁମାର ପଣ୍ଡା, ଜି ପି ଇ ଓ ନାରାୟଣ ବେହେରାଙ୍କ ସମେତ ସମସ୍ତ ବି ଏଲ୍ ଓ ଉପସ୍ଥିତ ଥିଲେ ।