ଋାସ୍ତା ନିର୍ମାଣ ଦାବୀ ନେଇ ମେଳି ବାନ୍ଧିଲେ ଗ୍ରାମବାସୀ

    0
    73

    ସାନଖେମୁଣ୍ଡି (ଓବି ନ୍ୟୁଜ୍)(ସନ୍ତୋଷ କୁମାର ଦାଶ) ; ଆଡ ପଡା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ କଙ୍କୋରାଡ଼ା ସରକାରୀ ଡାକ୍ତରଖାନାର ଦୂରବସ୍ଥା ନେଇ ବହୁସମୟରେ ବିଭିନ୍ନ ଅଭିଯୋଗ ହେଉଥିବା ବେଳେ ସମ୍ପ୍ରତି ଏହାର ପ୍ରଥମ ଭିତ୍ତିଭୂମିକୁ ନେଇ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳିଅଛି । ଗ୍ରାମର ପରିବର୍ତ୍ତିତ ପୃଷ୍ଠଭୂମିରେ ଦିଗହରା ଭାବେ ପଡିରହିଥିବା ଏହି ସାଧାରଣ ଅନୁଷ୍ଠାନ ଜନସାଧାରଣଙ୍କୁ ରୋଗୀସେବା ଯୋଗାଇବା ବଦଳରେ ଆବିକା ଗାଁ ରୁ ନିଷ୍କାସିତ ବର୍ଯ୍ୟ ଦୂଷିତ ଆବର୍ଜନା ପାଣିର ପରିଚାଳନା ପ୍ରକଳ୍ପ ହୋଇଅଛି । ଫଳତଃ ପାଣି ସୁଅରେ ଡାକ୍ତରଖାନାକୁ ସଂଯୋଗ କରୁଥିବା ରାସ୍ତା ବହୁଦିନ ଧରି ନଷ୍ଟ ହୋଇ ରୋଗୀଙ୍କ ଗମନାଗମନ ରେ ବାଧାସୃଷ୍ଟି ହେବାସହ ସାଧାରଣ ବର୍ଷା ରେ ମେଡିକାଲ୍ ହାତରେ ଆଁଠୁଏ ପାଣି ଜମାରହୁଥିବା ଦେଖିବାକୁ ମିଳୁଛି । ରାସ୍ତା ଖରାପ କାରଣରୁ ସାଧାରଣ ବର୍ଷାରେ ରୋଗୀ ସବାରେ ବ୍ୟାହତ ଘଟୁଅଛି । ଜନସାଧାରଣ ବହୁବାର ଏ ସମନ୍ଧାରେ ବାରମ୍ବାର ପ୍ରଶାସନରେ ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହେଉଅଛି । ଏ ସମାନ୍ଧରେ ସ୍ଥାନୀୟ ସରପଞ୍ଚଙ୍କ ମତ ପ୍ରକାରେ ମେଡିକାଲ୍ ରାସ୍ତା ପାଇଁ ନିର୍ଦ୍ଧିଷ୍ଟ ଅର୍ଥ ଅଟକଳ ଥିଲେ ମଧ୍ୟ ସମିତି ମଞ୍ଜୁରୀ ହୋଇ ନ ଥିବାରୁ ରାସ୍ତା କାମ ନିର୍ବାହ କରାଯାଉନଥିବା ପ୍ରକାଶ କରିଛନ୍ତି । ଆସନ୍ତା ସମୟରେ ଏହି କାର୍ଯ୍ୟକୁ ସମ୍ପନ୍ନ କରିବାକୁ ଦୃଢୋକ୍ତି ପ୍ରକାଶ କରିଛନ୍ତି । ବିଭାଗୀୟ କତୃପକ୍ଷ ଅଗ୍ରାଧିକାର ଭିତ୍ତିରେ ମେଡିକାଲ୍ ରାସ୍ତାକୁ ନିର୍ମାଣ କରିବାକୁ ଅଞ୍ଚଳ ଜନସାଧାରଣ ଙ୍କ ସହିତ ବୁଦ୍ଧିଜୀବି ମହଲ ଦୃଢ଼ ଦାବିରଖିଛନ୍ତି ।

    LEAVE A REPLY

    Please enter your comment!
    Please enter your name here