ତଥାପି କମିନି ଜଳପତନ,ଅନେକ ଅଂଚଳ ଜଳଘେରିରେ

    0
    29

    ଗଜପତି (ଓବି ନ୍ୟୁଜ୍)(ଗଣେଷ କୁମାର ରାଜୁ) ; ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ କାଲିଠାରୁ ଲଗାଣ ବର୍ଷା ଳାଗିରହିବା ଫଳରେ କାଶୀନଗର ଠାରେ ବଂଶଧାରା ନଦୀର ଜଳସ୍ତର ବର୍ତ୍ତମାନ ବିପଦ ସଂକେତର ବହୁ ଉର୍ଦ୍ଧ୍ବରେ ପ୍ରବାହିତ ହେଉଛି । ଏଠାରେ ସତର୍କ ସଙ୍କେତ ୫୩-୬୦ ମିଟର ଥିବାବେଳେ ବିପଦ ସଙ୍କେତ ୫୪-୬୦ ମିଟର ରହିଛି ,ହେଲେ ବର୍ତ୍ତମାନ ନଦୀର ଜଳସ୍ତର ୫୪-୮୬ ମିଟରରେ ପ୍ରବାହିତ ହେଉଛି ।ଏ ସମ୍ପର୍କରେ କାଶୀନଗର ସ୍ଥିତ ସେଣ୍ଟ୍ରାଲ ୱାଟର କମିଶନ କାର‌୍ୟ୍ୟାଳୟର ଆର:କିଶୋର କୁମାର କହିଛନ୍ତି । କାଶୀନଗର ଠାରେ ବଂଶଧାରା ନଦୀର ବନ୍ୟାଜଳକୁ ନିୟନ୍ତ୍ରଣ କରିବା ପାଈଁ ନଦୀର ତଳ-ମୁଣ୍ଡରେ ଥିବା ପଡୋଶୀ ଆନ୍ଧ୍ରର ଶ୍ରୀକାକୁଲମ୍ ଜିଲ୍ଲା ଅନ୍ତର୍ଗତ ହିରମଣ୍ଡଳମ୍ ସ୍ଥିତ ଗୋଟ୍ଟ । ବ୍ୟାରେଜ୍ରର ସମସ୍ତ ୨୨ ଟି ଜାକ ଗେଟ କୂ ୪ ମିଟର ଉଚତାରେ ଖୋଲି ଦିଆଯାଇଛି । ସେହି ଗେଟ ଦେଇ ପ୍ରତି ସେକେଣ୍ଡରେ ୭୫ ହଜାର କ୍ୟୁସେକ୍ ଜଳ ନିଷ୍କାସନ କରା ଯାଉଛି ବୋଲି ଗୋଟ୍ଟ। ବ୍ୟାରେଜ୍ କାର‌୍ୟ୍ୟାଳୟ ପକ୍ଷରୁ କୁହାଯାଇଛି । ଅନ୍ୟ ପକ୍ଷରେ ଏହି ଲଗାଣ ବର୍ଷା ଯୋଗୁ କାଶୀନଗର ବ୍ଲକର ଅନେକ ଅଂଚଳ ସମ୍ପୂର୍ଣ ଭାବେ ଜଳମଗ୍ନ ହୋଇ ପଡ଼ିଛି । ବଂଶଧାରା ନଦୀରେ ବହୁ ପରିମାଣର ବନ୍ୟାଜଳ ଆସିଥିବାବେଳେ ଧାନ ଓ ଅଣ-ଧାନ ମକା ,ବାଇଗଣ , କପା ପ୍ରଭୃତି ଫସଲ ପ୍ରଭାବିତ ହୋଇଛି । ଧାନ ଫସଲରେ ଜଳ ମଗ୍ନ ହୋଇରହିଛି ଏବଂ ଅଣ ଧାନ ଫସଲ ରେ ବାଳିଚର ମାଡ଼ିଯାଇ ଫସଲ ସବୁ ନଷ୍ଟ ହୋଇଯାଇଛି । କାଶୀନଗର ବଳ ଅଂଚଳର ବିଭିନ୍ନ ରାସ୍ତାରେ ବର୍ତ୍ତମାନ ସୁଦ୍ଧା ବର୍ଷା ତଥା ବନ୍ୟା ଜଳରେ ପ୍ରଭାବିତ ହୋଇଥିବା ଯୋଗୁଁ ସେହି ରାସ୍ତା ଦେଇ ଗାଡି-ମୋଟର ଚଳାଚଳ ବନ୍ଦ ରହିଛି । ମୁଖ୍ୟତଃ ହାଡୁଭାଙ୍ଗି -ମାତଲା , ଓ କିଡ଼ୀଗାମ- କାଶୀନଗର ପ୍ରଭୃତି ଠାରେ । ଜିଲ୍ଲାପାଳ ଅନୁପମ ଶାହା ଏବଂ ପୋଲିସ ଏସପି ସାରା ଶର୍ମା ବଂଶଧାରା ନଦୀ ଓ ନଦୀ କୁଲିଆ ଗ୍ରାମ ସବୁ ବୁଲି ଦେଖି ପରିସ୍ଥିତି ଉପରେ ଅଂଚଳ ବାସୀଙ୍କ ସହ ଆଲୋଚନା କରିଥିଲେ । ଏଥିସହିତ ବ୍ଲକ ବିଡିଓ ପ୍ରଣବ କୁମାର ବେହେରା ଏବଂ ସରପଞ୍ଚ ଜଗନ୍ନାଥ ଦୋରା ନଦୀ ଓ ଗ୍ରାମ ଅଂଚଳ ବୁଲିବୁଲି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ବାଡିଗାଁ , ପାଲସିଙ୍ଗ , ବୁଦୁରା , ସାରା ଆଦର୍ଶ ନଗର , ନୂଆଁ ବାଡ଼ୀଗାଂ ପ୍ରଭୃତି ୯ ଟି ଗ୍ରାମର ୬୫୦ ପରିବାର ଲୋକଙ୍କୁ , ଜିଲ୍ଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ଖୋଲାଯାଇଥିବା ବିଭିନ୍ନ ଆଶ୍ରୟ ସ୍ଥଳରେ ରଖା ଯାଇଛି । ଏଥିସହିତ ସେମାନଙ୍କୁ ଦୁଇ ବେଳା ରନ୍ଧା ଓ ଶୁଖିଲା ଖାଦ୍ୟ ସବୁ ଯୋଗାଇ ଦିଆଯାଉଛି ବୋଲି ବିଡିଓ ପ୍ରଣବ କୁମାର ବେହେରା କହିଛନ୍ତି । ଅନ୍ୟପକ୍ଷରେ , ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାର ଉଚିତ ମୁକାବିଲା କରି ଅଞ୍ଚଳବାସୀଙ୍କ ଧନଜୀବନ ରକ୍ଷା କରିବା ପାଈଁ ବଂଶଧାରା ନଦୀ କୂଳ ଅଂଚଳରେ ସମ୍ପୂର୍ଣଭାବେ ଓଡ୍ରାଫ ଦଳ ସଜାଗ ହୋଇ ରହିଛନ୍ତି ବୋଲି ଓଡ୍ରାଫ ଦଳର ହାବିଲଦାର ମେଜର ମୋହନ କୁମାର ରାଉତ କହିଛନ୍ତି ।

    LEAVE A REPLY

    Please enter your comment!
    Please enter your name here