ଗଞ୍ଜାମ (ଓବି ନ୍ୟୁଜ୍) (ଉମାକାନ୍ତ ବେହେରା) ; ଗଞ୍ଜାମ ଏନ ଏ ସି ଅନ୍ତର୍ଗତ ୩ ନମ୍ବର ୱାର୍ଡ ଆଖଡ଼ାବନ୍ଧ ସାହିରେ ରହିଥିବା ଅଙ୍ଗନବାଡ଼ି କେନ୍ଦ୍ର ଠାରେ ବିଶ୍ୱ କୃମି ନାଶକ ଦିବସ ପାଳିତ ହୋଇ ଯାଇଛି । ଅଙ୍ଗନବାଡି କର୍ମୀ ବବିତା ସେଠି ଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ପ୍ରଧାନ ଶିକ୍ଷୟତ୍ରୀ ରେଣୁପ୍ରଭା ସାହୁ ,ମୁଖ୍ୟବକ୍ତା ଭାବେ
ପୁଇଁତୋଳା କ୍ଳଷ୍ଟର ସିଆରସିସି ମହେଶ କୁମାର ବେହେରା ଯୋଗ ଦେଇ କୋମଳମତି ଶିଶୁ ମାନଙ୍କୁ କୃମି ଠାରୁ କିପରି ଦୁରେଇ ରଖାଯାଇ ସୁସ୍ଥ ରଖାଯାଇପାରିବ ସେ ନେଇ ଉପସ୍ଥିତ ମା ମାନଙ୍କୁ ବୁଝାଇଥିଲେ। ପରେ ଶିଶୁ ମାନଙ୍କୁ କୃମି ନିରୋଧକ ଶିରାପ ଖୁଆ ଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଞ୍ଚଳର ସାୟଂସହାୟିକା ଗୋଷ୍ଟି ର ସଦସ୍ୟା ମାନେ ଓ ଅବିଭାବିକା ଓ ଅଙ୍ଗନବାଡି କେନ୍ଦ୍ରର ଶିଶୁ ମାନେ ଉପସ୍ଥିତ ଥିବା ବେଳେ ସହାୟିକା ପରିଚାଳନା ରେ ସହଯୋଗ କରିଥିଲେ ।