ଝାମ୍ପୁରା ଝାମ୍ପିନେଲା

    0
    68

    ବ୍ରହ୍ମପୁର (ଓବି ନ୍ୟୁଜ୍) ; ପୋଲିସ୍ ଯେତେ ସଜାଗ ହେଲେ ବ ଲୁଟେରା ସୁବିଧା ସୁଯୋଗ ଦେଖି ତାର କାମ ବଢାଇ ଦେଉଛି । ଆଜି ଏମିତି ଏକ ଘଟଣା ଘଟିଛି ବ୍ରହ୍ମପୁର ଷ୍ଟେଟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ପରିସରରେ । ଆଙ୍କୁଲି ଅଂଚଳର ରାଧାକ୍ରିଷନ ପାତ୍ର ନାମକ ଜଣେ ବୃଦ୍ଧ ବ୍ୟାଙ୍କରୁ ୫୦ ହଜାର ଟଙ୍କା ଉଠାଇ ବାହାରକୁ ଆସୁଥିବା ସମୟରେ ଜଣେ ଲୁଟେରା ଝାମ୍ପିନେଇଗଲା ତାଙ୍କ ଟଙ୍କା ଠଳିକୁ । ଏନେଇ ରାଧାକ୍ରିଷନ୍ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି । ଏକ ସିସି ଟିଭି ଫୁଟେଜ୍ କୁ ଯାଞ୍ଚ କରି ଲୁଟେରା ଜଣକ ନାବାଳକ ବୋଲି ଜାଣିବାକୁ ପାଇଛି ।

    LEAVE A REPLY

    Please enter your comment!
    Please enter your name here