କାଳୁ ଫଶିଗଲା ଜାଲରେ

    0
    142

    ଆସିକା (ଓବି ନ୍ୟୁଜ୍) ; ଗୋଟାଏ ପରେ ଗୋଟାଏ ଅପରାଧ ଘଟାଇ ପୋଲିସ୍ କୁ ଚକମା ଦେଖାଇ ଘୁରି ବୁଲୁଥିବା କାଳୁ ଶେଷରେ ଫସିଗଲା ପୋଲିସ୍ ଜାଲରେ । କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବାଲିଆପଲ୍ଲୀ ଗ୍ରାମର କାଳୁ ବିଶ୍ୱାଳ ଓରଫ୍ ବାବୁଲା ନାହାକ ୨୦୦୬ ମସିହାରୁ ନାନା ଅପରାଧ ମାନ ଘଟାଇ ଆସୁଥିଲା । କେତେବେଳେ ଡକାୟତି ତ କେତେବେଳେ ରୋବରି ତ କେତେବେଳେ ହତ୍ୟା ଉଦ୍ୟମ ହତ୍ୟା ମାମଲା ତ ଆଉ କେତେବେଳେ ବେଆଇନ ବନ୍ଧୁକ ରଖିବା ଅପରାଧରେ ସଂପୃକ୍ତ ରହି ପୋଲିସ୍ ର ରେକର୍ଡରେ ମୋଷ୍ଠ ୱାଣ୍ଟେଡ ବନିଯାଇଥିଲା । ୨୦୧୮ ମସିହା ପର୍ଯ୍ୟନ୍ତ ତା ନାମରେ ଆସିକା ଥାନାରେ ୧୨ଟି ଜଗନ୍ନାଥପ୍ରସାଦ ଗ୍ରାମରେ ୨ଟି,ବଡଗଡ ଥାନାରେ ୨ଟି ଏବଂ ଭଞ୍ଜନଗର ଓ ଗାଙ୍ଗପୁର ଥାନାରେ ଗୋଟାଏ ଲେଖାଁଏ ମାମଲା ରହିଛି । ପୋଲସି ଆଖିରେ ଧୂଳି ଦେଇ ଘୁରି ବୁଲୁଥିବା ବେଳେ ଗତ ୫ ତାରିଖ ଦିନ ଚାରିମାଇଲ ଜଙ୍ଗଲ ଦେଇ ନିଜ ସହେଯାଗୀ ଗୁରୁ ପ୍ରସାଦ ସ୍ୱାଇଁ ସହିତ ମୋଟର ସାଇକେଲ ଯୋଗେ ଯାଉଥିବା ବେଳେ ପୋଲିସ୍ ଗୁଳିମାଡ କରି ଗୁରୁକୁ ଜଖମ କରିଥିଲା ହେଲେ ସେଠାରୁ କାଳୁ ଖସିଯାଇଥିଲା । ଆଜି ସେ ଆସିକା ଅଂଚଳରେ କୌଣସି ଅପରାଧ ଘଟାଇବା ପାଇଁ ବୁଲୁଥିବା ନେଇ ଆସିକା ଥାନା ପୋଲିସ୍ କୌଣସି ସୁତ୍ରରୁ ଖବର ପାଇଥିଲା । ଏହାପରେ ଆସିକା ଏସଡିପିଓ ସୁର୍ଯ୍ୟମଣି ପ୍ରଧାନଙ୍କ ନେତୃତ୍ୱରେ ଓ ଆସିକା ଥାନା ଅଧୀକାରୀ ପିତବାସ ଧାରୁଆ ଙ୍କ ସଂଯୋଜନାରେ ଗଠିତ ପୋଲିସ୍ ଟିମ୍ କାଳୂ କୁ ଧରିବା ପାଇଁ ବିଛାଇଥିଲେ ଜାଲ । ଆଉ ଶେଷରେ ସେ ଜାଲରେ ଫସିଗଲା କାଳୁ । ତାକୁ ଜେରା କରିବା ପରେ କୋର୍ଟ ଚାଲାଣ କରାଯାଇଛି ।

    LEAVE A REPLY

    Please enter your comment!
    Please enter your name here