ଗଞ୍ଜାମ (ଓବି ନ୍ୟୁଜ) (ଉମାକାନ୍ତ ବେହେରା) ; ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ଚାଷୀ ମାନଙ୍କ ପକ୍ଷରୁ ତହସିଲଦାର ଅବନୀ କୁମାର ସାହୁଙ୍କୁ ଚାଷ ଜମିରୁ ବର୍ଷା ଜଳ ନିଷ୍କାସନ ନିମନ୍ତେ ଲିଖିତ ଅନୁରୋଧ କରା ଯାଇଥିବା ଜଣାପଡିଛି। ଲୋକନାଥ ସାହୁ,ପଙ୍କଜ କୁମାର ସାହୁ,ବିଶ୍ୱନାଥ ବେହେରା,ଅନାଥ ସାହୁ ପ୍ରମୁଖ ଚାଷୀ ମାନଙ୍କ ସହ ଅନ୍ୟ ମାନେ ତହସିଲଦାର ନ୍କ ସହ ଆଲୋଚନା କରିବା ସହ ଲଗଲ ବର୍ଷାରେହୁମା ଅଂଚଳରେ ରହିଥିବା ସେମାନଙ୍କ ଚାଷ ଜମିରେ ବର୍ଷା ଜଳ ଜମି ରହିଥିବା ଯୋଗୁଁ ଧାନ ତଳି ଓ ରୂଆ ହୋଇଥିବା ଧାନ ଗଛ ଗୁଡିକ ପଚି ନଷ୍ଟ ହୋଇଯିବାର ସମ୍ଭାବନା ରହିଥିବା କହିଛନ୍ତି ଅନ୍ୟପଟେ ୧୬ ନମ୍ବର ଜାତୀୟ ରାଜପଥରେ ରହିଥିବା କଲଭର୍ଟ ଜାମ ହୋଇ ଏପରି ସମସ୍ୟା ସୃଷ୍ଟି ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ କଲଭର୍ଟ ସଫା କରିବା ନେଇ ସେମାନେ ଦାବି କରିଛନ୍ତି।