ଜୁନାଗଡ (ଓବି ନ୍ୟୁଜ)(ବିମଳ ଚନ୍ଦ୍ର ଶତପଥୀ) ; ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ସୃଷ୍ଠି ହୋଇଥିଲା କୃତିମ ଜଳଘେରି । କଳାହାଣ୍ଡି ଜିଲ୍ଲା ଜୁନାଗଡ ଅଂଚଳ ମଧ୍ୟ ବାଦ ପଡିନଥିଲା ଏହି ପରିସ୍ଥିତିରୁ । ଜୁନାଗଡ ଅନ୍ତର୍ଗତ ଫତେନଗର ପଡା ଗ୍ରାମବାସୀ ଜଳଘେରିରେ ଥିଲେ । ଏନେଇ ଓବି ନ୍ୟୁଜରେ ଖବର ମଧ୍ୟ ପ୍ରକାଶ ପାଇଥିଲା । ଆଉ ଏହା ପରେ ଖୋଦ୍ ଜିଲ୍ଲାପାଳ ତହସିଲଦାର ଓ ଅନ୍ୟ ଅଧିକାରୀଙ୍କୁ ଧରି ପହଂଚିଯାଇଥିଲେ ଜଳଘେରି ଅଂଚଳରେ । ଆଗକୁ ଯେପରି ଏହି ପରିସ୍ଥିତି ସୃଷ୍ଠି ନହେବ ସେ ଦିଗରେ ଧ୍ୟାନ ଦେବା ପାଇଁ ଓ ପଦକ୍ଷେପ ନେବା ପାଇଁ ତହସିଲଦାରଙ୍କୁ କହିଥିଲେ । ଏଣୁ କସ୍ତୁରବା ବନ୍ଧ ଠାରୁ ଏକ ତଳୁଆ ନାଳ ନିର୍ମାଣ କରାଯାଇ ଫତେନଗର ପଡା ଦେଇ ବାହାର କେନାଲ ସହ ସଂଯୋଗ କରାଯିବ ବୋଲି ତହସିଲଦାର କହିଛନ୍ତି । ଏନେଇ ସରକାରଙ୍କୁ ଜଣାଇ ଦିଆଯିବ ଏବଂ ଅଥ୭ବ ମଞ୍ଜୁର ହେଲେ ତୁରନ୍ତ କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି ।