ଟ୍ରକରୁ ପଥର ଖସି ଦୁଇ ମହିଳା ଆହତ

0
93

ଛତ୍ରପୁର, (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା) : କାଳିଆବାଲି ଛକ ଠାରୁ ମାଟିଖାଲ ରାସ୍ତା ଦେଇ ଦୈନିକ ଗୋପାଳପୁର ବନ୍ଦରକୁ ପଥର ବୋଝେଇ ଟ୍ରକ ଚଳାଚଳ ହେଉଛି । ଗୁରୁବାର ସନ୍ଧ୍ୟାରେ ଏହି ରାସ୍ତା ଦେଇ ଚଳାଚଳ ହେଉଥିବା ପଥର ବୋଝେଇ ଟ୍ରକରୁ ଏକ ବିରାଟ ପଥର ଖସି ପଡିଥିଲା । ଫଳରେ ମାଟିଖାଲର ଦୁଇ ବୟସ୍କ ମହିଳା ଗୁରୁତର ଆହତ ହୋଇଛନ୍ତି । ଏପରିକି ଟ୍ରକରୁ ପଥର ଖସିବା ବେଳେ ମହିଳାମାନେ ଟିକେ ସତର୍କ ହୋଇଥିବାରୁ ମୃତ୍ୟୁ ମୁଖରୁ ପାର ହୋଇିଛନ୍ତି । ମାଟିଖାଲ ଗ୍ରାମର ହୀରା ପ୍ରଧାନ ଓ ଲକ୍ଷ୍ମୀ ପ୍ରଧାନକୁ ଆହତ ଅବସ୍ଥାରେ ଛତ୍ରପୁର ହସ୍ପିଟାଲରେ ଭର୍ତି କରାଯାଇଥିଲା । ଗ୍ରାମବାସୀ ଉତକ୍ଷିପ୍ତ ହୋଇ ବର୍ତ୍ତମାନ ସେହି ରାସ୍ତାରେ କୌଣସି ଗୋଟିଏ ହେଲେ ଗାଡିକୁ ଛାଡୁନଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here