ପଥର ଫୁଟାଙ୍କୁ ଉଠାଇନେଲା ପୋଲିସ୍

0
346

ଦିଗପହଣ୍ଡି/କୁକୁଡାଖଣ୍ଡିି (ଓବି ନ୍ୟୁଜ); କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ମହୁଡା ଠାରେ ଚାଲିଥିବା ବେଆଇନ ପଥର କୁଆଁରି ଓ କ୍ରସର୍ ୟୁନିଟ୍ ଉପରେ ଚଢାଉ କରିଛି ପୋଲିସ୍ ଆଉ ପ୍ରଶାସନ । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏଠାରେ କଠିନ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିର୍ମାଣ ହେଉଥିବାରୁ ପଥର ମାଫିଆଙ୍କର ପଥର ପାହାଡ ଫଟା କାମକୁ ନେଇ ବିଏମସି କର୍ତ୍ତୁପକ୍ଷ ଆପତ୍ତି କରିଥିଲେ । ଏହାପରେ କୁକୁଡାଖଣ୍ଡି ତହସିଲଦାର ଘଟଣାସ୍ଥଳରେ ପହଂଚି ପୋଲିସ୍ ଉପସ୍ଥିତିରେ ପଥର ହଟାଇବା ପାଇଁ ବ୍ୟବହୃତ ବିଷ୍ଫୋରକ ସାମଗ୍ରୀ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ କିଛି ବ୍ୟକ୍ତିଙ୍କୁ ଦିଗପହଣ୍ଡି ଥାନା ପୋଲିସ୍ ଉଠାଇନେଇଥିଲା । ଘଟଣାର ତଦନ୍ତ ପୋଲିସ୍ ପକ୍ଷରୁ ଜାରି ରହିଛି । ଏହି ଚଢାଉରେ ରାଜ୍ୟ ସିବି ସିଆଡି ସ୍ୱତନ୍ତ୍ର ଟାସ୍କଫୋର୍ଡ ମଧ୍ୟ ସାମିଲ୍ ଥିଲେ । ଏନେଇ ମାମଲା ରୁଜୁ ହେବା ପରେ ଅଭୁଯୁକ୍ତ ମାନଙ୍କୁ ଗିରଫ୍ କରାଯିବ ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here