ଛତ୍ରପୁର(ଓବି ନ୍ୟୁଜ)(ପ୍ରଶାନ୍ତ ମହାରଣା): ସ୍ଥାନୀୟ କାର୍ମେଲ କନଭେଂଟ ସ୍କୁଲ ପରିସରରେ ଜିଲ୍ଲାବ୍ୟାପୀ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ଉଦଘାଟନୀ ଉତ୍ସବରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଦୁଇଟି ଚାରା ରୋପଣ କରିବା ସହ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ନିଜେ ନିଜେ ଗୋଟିଏ ଗଛ ଲଗାଇବା ନିମନ୍ତେ ପରାମର୍ଶ ଦେଇଥିଲେ । ଏହାସହ ସବୁଜ ଗଂଜାମ ସୁନ୍ଦର ଗଂଜାମ ଉପରେ କହିଥିଲେ । ଏହି କାର୍ଯ୍ୟକ୍ରମରେ କାର୍ମେଲ କନଭେଂଟ ସ୍କୁଲ ସିନିୟର ପ୍ରିନ୍ସପାଲ ସିଷ୍ଟର ଡୋରେଟ୍, ଜୁନିୟର ପ୍ରିନ୍ସପାଲ ସିଷ୍ଟର ଏଡ୍ରିନୋ, ମ୍ୟାନେଜର ଖ୍ରୀଷ୍ଟି, ଶିକ୍ଷକ ସଂଜୟ କୁମାର ବେହେରା, ଶିକ୍ଷୟତ୍ରୀ ଗୀତାଂଜଳି ଦାସ, ସଂଯୁକ୍ତା ଖଟେଇ, ଯାଜ୍ଞସେନୀ ସାମନ୍ତରାୟଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ । ଆରମ୍ଭରେ ସ୍କୁଲ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ବୃକ୍ଷ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ପ୍ରିନ୍ସିତା ପଟ୍ଟନାୟକ ସ୍ୱାଗତ ଭାଷଣ ପରିବେଷଣ କରିବା ସହ ଜିଲ୍ଲାପାଳଙ୍କ ଉନ୍ନୟନ କାର୍ଯ୍ୟ ଉପରେ କହିଥିଲେ ।