ହିଞ୍ଜିଳିକାଟୁ(ଓବି ନ୍ୟୁଜ) ଗୁରୁବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଞ୍ଜିଳି ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ହିଞ୍ଜିଳି ପଞ୍ଚାୟତ ସମିତି ସଭାଗୃହରେ ଏକ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଉପସ୍ଥିତ ରହି ହିଞ୍ଜିଳିର ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ମନ୍ଥର ଗତିରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ତାଗିଦ କରିଥିଲେ। ବିଶେଷ ଭାବରେ ବସ-ଷ୍ଟାଣ୍ଡ ଓ ନିର୍ମାଣାଧୀନ ରହିଥିବା ଜଳାଶୟର ନିର୍ମାଣ କାର୍ଯ୍ୟରେ ମନ୍ଥର ପ୍ରକ୍ରିୟା ପାଈଁ ସେ କ୍ଷୁବ୍ଧ ହୋଇଥିବା ଜାଣିବାକୁ ମିଳିଛି। ଏହି ସମୀକ୍ଷା ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ, ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ହିଞ୍ଜିଳି ତହସିଲଦାର ଗୋପୀନାଥ କୁଅଁର, ହିଞ୍ଜିଳିକାଟୁ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା, ଜଳସେଚନ ବିଭାଗ ଯନ୍ତ୍ରୀ ପରମାନନ୍ଦ ସାହୁ ଏବଂ ଅନ୍ୟ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।