ଗଂଜାମ(ଓବି ନ୍ୟୁଜ) (ଉମାକାନ୍ତ ବେହେରା): ଗଞ୍ଜାମ ସହରର ବିକାଶ ମୋ ଦାୟିତ୍ୱ ଏବଂ ଶୀଘ୍ର ସହରରେ ୪୫ ଲକ୍ଷ ବ୍ୟୟ ରେ ନିର୍ମାଣ ହେବ ପାଠାଗାର,ଆଇବି,ଖୋଲା ଜିମ,ପାର୍କ ନିର୍ମାଣ ହେବ ଏବଂ ଆସନ୍ତା ସ୍ୱାୟତଶାସନ ଦିବସ ଉପଲକ୍ଷେ କଲ୍ୟାଣ ମଣ୍ଡପର ଭିତ୍ତି ପ୍ରସ୍ତର ସ୍ଥାପନ କରାଯିବ ବୋଲି ଗଞ୍ଜାମ ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟାଳୟ ସଭାଗୃହ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି।
ଗଞ୍ଜାମ ସହରର ବିକାଶ ନିମନ୍ତେ ପୂର୍ବରୁ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଙ୍କ ସହ ଆଲୋଚନା କରିଥିବା କହିଥିଲେ। ଗଞ୍ଜାମ କଲେଜ ପରିସର ମଧ୍ୟରେ ପକ୍ଳା ରାସ୍ତାର କାର୍ଯ୍ୟ ଆରମ୍ଭ ହେବ। କଲେଜର ପଟ୍ଟା ଓ ସହରବାସୀ ଙ୍କୁ ଘରବାରି ପଟା ପ୍ରଦାନ ନିମନ୍ତେ ଜିଲ୍ଲାପାଳ ଙ୍କ ସହ ଦିନେ ଦୁଇଦିନ ମଧ୍ୟରେ ଆଲୋଚନା କରିବେବୋଲି କହିଥିଲେ।ସହରରେ ପରିମଳ ବ୍ୟବସ୍ଥା ରେ ସୁଧାର ଆଣିବା ନିମନ୍ତେ ମୁଖ୍ୟନାଳ ର ପୁନରୁଦ୍ଧାର ସହ ସହରେ ଦୁଇଟି ଟାଟା ଏସି ବ୍ୟବହାର କରାଯାଇ ଅଳିଆ ଆବର୍ଜନା ସହର ବାହାରେ ପକାଯିବାର ବ୍ୟବସ୍ଥା କରାଯିବାର ବ୍ୟବସ୍ଥା କରାଯିବ।୧୧ଓ୧୨ ନମ୍ବର ୱାର୍ଡରେ ପକ୍କା ରାସ୍ତା ନିର୍ମାଣ,୧୬ ନମ୍ୱର ଜାତୀୟ ରାଜପଥ ର ଦୁଇଟି ସ୍ଥାନରେ ସାଇନେଜ ଲାଇଟ ର ବ୍ୟବସ୍ତା , ହିତାଧିକାରୀ ଙ୍କୁ ରାସନ କାର୍ଡ ର ବ୍ୟବସ୍ତା,ଚାପବନ୍ଧ ଓ ରାମେୟା ବନ୍ଧ ର ପୁନଃରୁଧାର,ପଭାରଟି ବିଦ୍ୟାପୀଠ ରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି,ସହର ମଧ୍ୟରେ ଓଭର ହେଡ ଟ୍ୟାଙ୍କ ଓ ଅଣ୍ଡର ଗ୍ରାଉଣ୍ଡ ଟ୍ୟାଙ୍କ ବ୍ୟବସ୍ଥା କରାଯାଇ ପାନୀୟ ଜଳ ସମସ୍ୟା ର ସମାଧାନ କରାଯିବ ବୋଲି ବିଧାୟକ ଶ୍ରୀ ବେହେରା ଗଞ୍ଜାମ ସହର ର ଉପସ୍ଥିତ ବୁଦ୍ଧିଜୀବୀ ମାନଙ୍କୁ କହିବା ସହ ସହରର ବିକାଶ କ୍ଷେତ୍ରରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ। କାର୍ଯ୍ୟଅଧିକାରୀ ସୁନୀଲ କୁମାର ଟୁଡୁ ଙ୍କ ସମେତ ଗୋବିନ୍ଦ ପଣ୍ଡା,ଭିକାରୀ ବେହେରା,ଜଗବନ୍ଧୁ ଦାଶ, ଲଂରାଜ ପଟନାୟକ,ଗୌରୀ ଶଙ୍କର ବାରିକି,ସୁଧିର କୁମାର ପାଢି,ରବୀନ୍ଦ୍ର କୁମାର ପଣ୍ଡା,ଉମାକାନ୍ତ ବେହେରା, ଶବର କୁମାର ତରାଇ,ବିଦ୍ୟାଧର ସାହୁ ଦୁର୍ଗା ମାଧବ ପାଣିଗ୍ରାହୀ ନିରଞ୍ଜନ ପରିଡା ,ପ୍ରଦୀପ କିମାର ପଣ୍ଡା,ସୁଦାମ ଚରଣ ପଲାଇ,ପି.ରାଜୁ ରେଡି,ଅବିନାଶ ବେହେରା,ମନ ମହାପାତ୍ର ,ପୁରୁଷୋତ୍ତମ ସାହୁ,ମଦନ ପାଢ଼ୀ, ସୁଧୀର ପଲାଇ, ସୂର୍ୟ୍ୟ ପ୍ରଧାନ,ଅଶୋକ କୁମାର ପାଢୀ,ପ୍ରମୋଦ କୁମାର ପଣ୍ଡା ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।