ବିଡ଼ିପୁର କଲେଜ ଅଧ୍ୟାପକଙ୍କ ଆତ୍ମହତ୍ୟା

0
250

ଭଞ୍ଜନଗର(ଓବି ନ୍ୟୁଜ)(ଜୟକୃଷ୍ଣ ପଟ୍ଟନାୟକ): ଜଗନ୍ନାଥପ୍ରସାଦ ବ୍ଲକ ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପକ ଡ.ପ୍ରଭାକର ମହାପାତ୍ର ଆଜି ଭୋର ସମୟରେ କୌଣସି କାରଣକୁ ନେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତାଙ୍କ ପତ୍ନୀ ବହୁ ସମୟ ପର୍ଯ୍ୟନ୍ତ ବାରିପଟକୁ ଯାଇ ଶ୍ରୀ ମହାପାତ୍ର ନଫେରିବାରୁ ଦେଖିବା ପରେ ଏ ସମ୍ପର୍କରେ ଯାଣିବାକୁ ପାଇଥିଲେ । ସେ ବେଲଗୁଣ୍ଠା ନିକଟ ଉଡରାରେ ସ୍ତ୍ରୀଙ୍କ ସହ ରହୁଥିଲେ । ଆଜି ସକାଳ ୫ଟାରେ ସେ ବ୍ରହ୍ମପୁର ଯିବାର ଥିିଲା । ହେଲେ ଆତ୍ମହତ୍ୟା ସ୍ୱାସ୍ଥ୍ୟଗତ କାରଣକୁ ନେଇ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here