ସିପିଆଇ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର

0
124

ଛତ୍ରପୁର(ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା):ଭାରତ ବର୍ଷର ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ଦାବି ନେଇ ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଗଂଜାମ ଜିଲ୍ଲା ପରିଷଦ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବା ସହ ଛତ୍ରପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ରାଜୀବ ଲୋଚନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର, ଜିଲ୍ଲା ସହସମ୍ପାଦକ ଅଳକାନାଥ ମିଶ୍ର ଓ ନୀଳକଣ୍ଠ ଦାସ, ଗୋକୁଳ ଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ଏନ.ନାରାୟଣ ରେଡ୍ଡୀ, ପୋଲସରା ଜୋନ ସମ୍ପାଦକ ଦଣ୍ଡପାଣି ସାମଲ, ଛତ୍ରପୁର ଜୋନ ସମ୍ପାଦକ ଏସ.କ୍ରିଷ୍ଣା ରେଡ୍ଡି, ସହସମ୍ପାଦକ ଡିି.ଆଦିନାରାୟଣ ରେଡ୍ଡି, ଚମାଖଣ୍ଡି ଜୋନ ସମ୍ପାଦକ ସିଏଚ.ଜନାର୍ଦ୍ଦନ ରେଡ୍ଡି, ସହସମ୍ପାଦକ ଗୁରୁନାଥ ପ୍ରଧାନ ଓ ଏନ.ଗିରିଜା ପ୍ରସାଦ ରେଡ୍ଡି, ଗଂଜାମ ଜୋନ ସମ୍ପାଦକ ବୃନ୍ଦାବନ ପଲେଇ, ଅଖିଳ ଭାରତ ଛାତ୍ର ସଂଘର ଜିଲ୍ଲା ସଭାପତି କାମଦେବ ନାହାକ, ଖଲିକୋଟ ଅଂଚଳର ସଂଗ୍ରାମ ନେତା ଦୁର୍ଗାଚରଣ ପାତ୍ର, ସାନଖେମୁଣ୍ଡି ଜୋନ ସମ୍ପାଦକ କୈଳାଶ ଚନ୍ଦ୍ର ପାତ୍ରଙ୍କ ସମେତ ଜିଲ୍ଲାର ବହୁ ଦଳୀୟ ନେତା ଓ କର୍ମୀମାନେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଥିଲେ । ଏହାସହ ସଂଖ୍ୟାଲଘୁ, ଦଳିତ ଏବଂ ମହିଳାମାନଙ୍କ ଉପରେ ଦିନକୁ ଦିନ ଅତ୍ୟାଚାର ବଢ଼ିବାରେ ଲାଗିଛି । ବିଶେଷ କରି ପୁଣି କେନ୍ଦ୍ରରେ ବିଜେପି ସରକାର ଆସିଲା ପରେ ଭାରତ ବର୍ଷରେ ସଂଖ୍ୟାଲଘୁ ଓ ଦଳିତମାନଙ୍କ ଉପରେ ଏହି ଅତ୍ୟାଚାର ବଢ଼ିବାରେ ଲାଗିଛି । ପ୍ରକାଶଥାଉକି ଯେ ଉତରପ୍ରଦେଶର ଉନା ନିର୍ବାଚନ ମଣ୍ଡଳୀର ଜଣେ ୧୭ ବର୍ଷୀୟ ଛାତ୍ରୀଙ୍କୁ ଚାକିରି ଦେବା ନାମରେ ଦୁଷ୍କର୍ମ କଲା ପରେ ଏହାକୁ ଚାପି ଦେବା ପାଇଁ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା ଉଦ୍ୟମ କରିବା ଅଭିଯୋଗ ମଧ୍ୟ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ନେତା କର୍ମୀମାନେ ନିଜ ବକ୍ତବ୍ୟରେ ବିଜେପିର ବିଧାୟକ ଏହି ମାମଲା ଗୁଡ଼ିକରେ ଜଡ଼ିତ ଥିବା ନେଇ କହିଛନ୍ତି । ତାଙ୍କୁ ତୁରନ୍ତ ଦଣ୍ଡବିଧାନ କରିବା ନେଇ ସେମାନେ ଦାବି କରିଥିଲେ । ପ୍ରାରମ୍ଭରେ ସ୍ଥାନୀୟ ଲକ୍ଷ୍ମଣ ଭବନଠାରୁ ଏକ ଶୋଭାଯାତ୍ରାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ନେତା ଓ କର୍ମୀମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଂଚିଥିଲେ ।

LEAVE A REPLY

Please enter your comment!
Please enter your name here