ବ୍ରହ୍ମପୁର(ଓବି ନ୍ୟୁଜ): ବ୍ରହ୍ମପୁର ଉନ୍ନୟନ ପ୍ରାଧିକରଣ ସଂସ୍ଥାର ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ବିଏମସିର କମିଶନର ତଥା ବିଡିଏ ଉପାଧ୍ୟକ୍ଷ ଚକ୍ରବର୍ତି ସିଂ ରାଠୋରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଗୋପାଳପୁର ବିଧାୟକ ଡ.ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ବିଡିଏର ପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ବିଶେଷ କରି କୋଠା ନିର୍ମାଣ ସମୟରେ ସାଧାରଣ ଲୋକ କିମ୍ବା ବିଲ୍ଡରଙ୍କ ପକ୍ଷରୁ ବେଳେବେଳେ ହେଉଥିବା ଆଇନ ଉଲଙ୍ଘନକୁ ନିୟମିତ କରିବା ପାଇଁ ଆଗତ ହୋଇଥିବା ମହାକ୍ଷମା ସମ୍ପର୍କରେ ଆଲୋଚନା ହୋଇଥିଲା । ବିଶେଷ କରି ସହରରେ ଖାଲି ପଡ଼ିଥିବା ସରକାରୀ ଜମିର କିପରି ସୁବିନିଯୋଗ କରାଯାଇପାରିବ, ସେ ସମ୍ପର୍କରେ ଆଲୋଚନା ହେବା ସହ ପାର୍କ ନିର୍ମାଣ, ପାର୍କିଂ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ନିଷ୍ପତି ନିଆଯାଇଥିଲା ।